ରାଗିଂ ଅଭିଯୋଗ: ୧୦ ଛାତ୍ରଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ
କଟକ: ପୁଣି ବିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଗିଂ ଅଭିଯୋଗ ଆସିବା ପରେ ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ । ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଇଷ୍ଟ ହଷ୍ଟେଲରେ ରହୁଥିବା ୟୁଜି ପ୍ରଥମ ବର୍ଷର ଛାତ୍ରଙ୍କୁ କିଛି ସିନିୟର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିକଟରେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇଥିବାରୁ ନୂଆ ଛାତ୍ରମାନେ କ୍ୟାମ୍ପସକୁ ଆସି ରହିଛନ୍ତି । ଇଷ୍ଟ ହଷ୍ଟେଲରେ ପ୍ରାୟ ୪୦ରୁ ଅଧିକ ୟୁଜି ଛାତ୍ର ମାନେ ହଷ୍ଟେଲରେ ରହିଥିବା ବେଳେ ପ୍ରଥମ ଦିନ ତୃତୀୟ ବର୍ଷର ଛାତ୍ରମାନେ ସେମାନଙ୍କୁ ରାଗିଂ କରିଥିବା ଅଭିଯୋଗ ହୋଇଛି ।
Powered by Froala Editor