‘ଡନ୍’ ନିର୍ଦ୍ଦେଶକ ଆଉ ନାହାନ୍ତି

ବଲିଉଡକୁ ପ୍ରଥମ ‘ଡନ୍’ ଦେଇଥିବା ନିର୍ଦ୍ଦେଶକ ଆଉ ଦୁନିଆରେ ନାହାନ୍ତି। ଫିଲ୍ମ ‘ଡନ’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ୧୯୭୮ ମସିହାରେ ‘ଡନ୍’ ଫିଲ୍ମ ତିଆରି କରିଥିବା ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ତାଙ୍କ କ୍ୟାରିଅରରେ କେବଳ ଗୋଟିଏ ବଡ଼ ଫିଲ୍ମ ତିଆରି କରିଥିଲେ ଯାହା ସୁପରହିଟ୍ ହୋଇଥିଲା। ଫିଲ୍ମର ଗୀତଗୁଡ଼ିକୁ ମଧ୍ୟ ବହୁତ ପସନ୍ଦ କରାଯାଇଥିଲା ଏବଂ ଆଜି ମଧ୍ୟ ଏହି ଫିଲ୍ମର ସିକ୍ୱେଲ୍ ତିଆରି ହେଉଛି।
ଚନ୍ଦ୍ର ବାରୋଟଙ୍କ ପତ୍ନୀ ଦୀପା ବାରୋଟ କହିଛନ୍ତି ଯେ, ଚନ୍ଦ୍ର ବାରୋଟ ଗତ ୭ ବର୍ଷ ଧରି ପଲ୍ମୋନାରୀ ଫାଇବ୍ରୋସିସ୍ ନାମକ ଏକ ରୋଗରେ ପୀଡିତ ଥିଲେ। ଏହା ଏକ ବିରଳ ଫୁସଫୁସ ଜନିତ ରୋଗ ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଫୁସଫୁସ ଫୁଲିଯାଏ ଏବଂ ନିଶ୍ୱାସ ନେବାରେ କଷ୍ଟ ହୁଏ।
ଏହି ଦୁଃଖଦ ଅବସରରେ, ଡନ୍ ଫ୍ରାଞ୍ଚାଇଜିକୁ ଏକ ନୂତନ ଦିଗଦର୍ଶନ ଦେଇଥିବା ଫରହାନ୍ ଅଖତର ମଧ୍ୟ ତାଙ୍କ ମୃତ୍ୟୁରେ ମୂଳ ଫିଲ୍ମର ନିର୍ମାତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଲେଖିଛନ୍ତି, ‘ଡନ’ ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ବାରୋଟଙ୍କର ମୃତ୍ୟୁ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ଼ କ୍ଷତି।ଫରହାନ ଅଖତର ବର୍ତ୍ତମାନ ‘ଡନ ୩’ର ନିର୍ଦ୍ଦେଶନା କରୁଛନ୍ତି।
Powered by Froala Editor