ବଳଙ୍ଗା ଘଟଣା: ଆଜି ପୀଡ଼ିତାଙ୍କ ଗ୍ରାମକୁ ଗସ୍ତ କରିବ କଂଗ୍ରେସ ପ୍ରତିନିଧି ଦଳ
ଭୁବନେଶ୍ୱର : ନିମାପଡ଼ାର ବଳଙ୍ଗା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅଚେତ କରି ନିଆଁ ଲଗାଇ ଦେବା ଘଟଣାକୁ ନିନ୍ଦା କରୁଛି ବୋଲି ପିସିସି ସଭାପତି ଭକ୍ତ ଦାସ କହିଛନ୍ତି। ଭକ୍ତ କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷା ପ୍ରତି ରାଜ୍ୟରେ ସମ୍ବେଦନଶୀଳତା ସୃଷ୍ଟି କରିପାରିଲେ ନାହିଁ ସରକାର। ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ରୋକିବାରେ କ୍ରମାଗତ ଭାବେ ବିଫଳ ହୋଇଥିବା ରାଜ୍ୟ ସରକାରଙ୍କ ମୁହୂର୍ତ୍ତେ ମଧ୍ୟ କ୍ଷମତାରେ ରହିବାର ନୈତିକ ଅଧିକାର ନାହିଁ। ଏପରି ଲୋମହର୍ଷଣକାରୀ ଘଟଣାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। କଂଗ୍ରେସ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଲୋଚନା ଏବଂ ଏହା ଉପରେ ଗୃହ କମିଟି ଗଠନ କରିବାକୁ ଦାବି କରିଥିଲା। ସେତେବେଳେ ସରକାର ଗୁରୁତ୍ବହୀନ ବୋଲି କହିଥିଲେ। ନାରୀ ସୁରକ୍ଷା ନିମନ୍ତେ ଯେଉଁସବୁ ପଦେକ୍ଷପ ଗ୍ରହଣ କରିବା କଥା, ସରକାର କରିପାରୁ ନାହାନ୍ତି। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଦୁର୍ବୃତ୍ତମାନେ କାହିଁକି ଝିଅକୁ ପୋଡ଼ିଛନ୍ତି ତାହା ତ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ। ଆଜି କଂଗ୍ରେସର ଏକ ପ୍ରତିନିଧି ଦଳ ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ଗ୍ରାମକୁ ଗସ୍ତ କରିବ ବୋଲି ପିସିସି ସଭାପତି କହିଛନ୍ତି।
Powered by Froala Editor