ରାଜଧାନୀରେ କଂଗ୍ରେସ କର୍ମୀଙ୍କ ବାଇକ ରାଲି

ଭୁବନେଶ୍ୱର: ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନର ପ୍ରଭାବ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି । ସକାଳୁ ସକାଳୁ କଂଗ୍ରେସ କର୍ମୀମାନେ ବିଭିନ୍ନ ପ୍ରମୁଖ ଛକରେ ପିକେଟିଂ କରିବା ସହ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରିବାକୁ ଲୋକଙ୍କୁ କହିଥିଲେ । ବିଧାନସଭା, ମାଷ୍ଟରକ୍ୟାଣ୍ଟିନ୍, ରେଳଷ୍ଟେସନ, ପଳାସୁଣୀ ରାସ୍ତା, ବନ୍ଦ ଯୋଗୁ ଲୋକମାନେ ଅସୁବିଧାରେ ପଡିଥିଲେ ।
ରାଜଧାନୀରେ କଂଗ୍ରେସ କର୍ମୀମାନେ ବାଇକ ରାଲି କରିଥିବା ଦେଖିବାକୁ ମିଳିଛି । ପିସିସି ସଭାପତି ଭକ୍ତ ଦାସ ଏହି ରାଲିରେ ସାମିଲ ହୋଇଛନ୍ତି । ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରିଥିବା ବାଇକ ରାଲି ବାହାରି ସହର ସାରା ଅତିକ୍ରମ କରୁଛି । ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବିରେ କଂଗ୍ରେସ ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ବନ୍ଦ ପାଳନ କରାଯାଉଛି ।
Powered by Froala Editor