ଲୋୟର ପିଏମଜିରେ ବିଜେଡି କର୍ମୀ-ପୁଲିସ ମୁହାଁମୁହିଁ, ଶତାଧିକ ବିଜେଡି କର୍ମୀଙ୍କୁ ଗିରଫ

ଭୁବନେଶ୍ବର: ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ଲୋକସଭା ଭବନ ଘେରାଉ କରିବାକୁ ଅଗ୍ରସର ହେଉଥିବା ବିଜେଡି କର୍ମୀଙ୍କୁ ଲୋୟର ପିଏମଜିରେ ଅଟକାଇଥିଲା ପୁଲିସ । ଫଳରେ ବିଜେଡି କର୍ମୀ-ପୁଲିସ ମୁହାଁମୁହିଁ ହୋଇଥିଲେ । ବ୍ୟାରିକେଡ ଭାଙ୍ଗି ଲୋକସଭା ଭବନ ଆଡକୁ ଯିବାକୁ ପ୍ରୟାସ କରୁଥିବା ବେଳେ ଆନ୍ଦୋଳନକାରୀଙ୍କୁ ପାଣି ମାଡ କରିବା ସହ ଅଟକାଇଥିଲା । ପରେ ଶତାଧିକ ବିଜେଡି କର୍ମୀଙ୍କୁ ଗିରଫ କରାଯାଇଛି । ପୁଲିସ-ବିଜେଡି କର୍ମୀ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣାରେ ବିଭାଗୀୟ ମନ୍ତ୍ରୀଙ୍କ ଗିରଫ ଦାବି କରିଛି ବିଜେଡି ।
Powered by Froala Editor