ଡିଭାଇଡରକୁ ଧକ୍କା ଦେଇ ଜଳିଗଲା ଟମାଟୋ ବେଝେଇ ଟ୍ରକ

ଭୁବନେଶ୍ବର: ବାରିପଦା ୧୮ ନମ୍ବର ଜାତୀୟ ରାଜପଥ ଝାରପୋଖରିଆ ଥାନା ମୁଣ୍ଡାକଟା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଟମାଟୋ ବେଝେଇ ଟ୍ରକଟି ଡିଭାଇଡରକୁ ଧକ୍କା ଦେଇ ଜଳିଯାଇଛି । ଫଳରେ ଟ୍ରକ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଟ୍ରକଟି ସମ୍ପୂର୍ଣ୍ଣ ଜଳିଯାଇଥିବା ଦେଖିବାକୁ ମିଳିଛି ।
Powered by Froala Editor