ସୋମ୍ୟାଶ୍ରୀ ମୃତ୍ୟୁ ଘଟଣା: UGC ପକ୍ଷରୁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ

ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ବାରା ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଛି। ନୂଆଦିଲ୍ଲୀସ୍ଥିତ ଇନ୍ଦ୍ରପ୍ରସ୍ଥ ବିଶ୍ବବିଦ୍ୟାଳୟ ଓ ୟୁଜିସି ସଦସ୍ୟ ପ୍ରଫେସର ରାଜ୍ ମିତ୍ତଲ ଏହି କମିଟିର ଅଧ୍ୟକ୍ଷତାରେ କରିବେ। କମିଟିରେ ୟୁଜିସିର ପୂର୍ବତନ ସଦସ୍ୟ ପ୍ରଫେସର ସୁଷମା ଯାଦବ, ଅହମଦାବାଦସ୍ଥିତ ଗୁଜରାଟ ବିଶ୍ବବିଦ୍ୟାଳୟର କୁଳପତି ଡ. ନୀର୍ଜା ଗୁପ୍ତା ସଦସ୍ୟ ରହିଥିବା ବେଳେ ୟୁଜିସିର ଯୁଗ୍ମ ସଚିବ ଡ. ଅସୀମା ମଙ୍ଗଳା ରହିଛନ୍ତି। ଏହି ଆତ୍ମାହୁତି ଘଟଣାରେ ତଦନ୍ତ କରିବ ୪ ଜଣିଆ କମିଟି। ସମସ୍ତ ଦିଗକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବ କମିଟି। ୭ ଦିନ ଭିତରେ ୟୁଜିସି ନିକଟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୟୁଜିସି ପକ୍ଷରୁ ଏନେଇ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି ହୋଇଛି।
ସୂଚନାଯୋଗ୍ୟ, କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା।
Powered by Froala Editor