ବେଆଇନ ଗୋରୁ ଚାଲାଣରେ ବ୍ୟବହୃତ ୨୫ଟି ଗାଡ଼ି ଜବତ

ପାଟଣା: ୪୯ ନଂ ଜାତୀୟ ରାଜପଥ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବେଆଇନ ଗୋରୁ ଚାଲାଣରେ ବ୍ୟବହୃତ ୨୫ଟି ଗାଡ଼ିକୁ କେନ୍ଦୁଝର ପୁଲିସ ମୟୂରଭଞ୍ଜ ଜିଲ୍ଲା ତେଣ୍ଟପଶି ଅଞ୍ଚଳରୁ ଜବତ କରିଛି। ଜବତ ଗାଡ଼ି ମଧ୍ୟରେ ବୋଲେରୋ, ସ୍କର୍ପିଓ ଏବଂ ପିକ୍ଅପ୍ ଆଦି ଥିବା ସୂଚନା ମିଳିଛି। ଏସପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ବତନ୍ତ୍ର ଟିମ୍ର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ପୁଲିସକୁ ସାବାସୀ ଦିଆଯାଉଥିବାବେଳେ ଜବତ ଗାଡ଼ିଗୁଡ଼ିକୁ ତୁରୁମୁଙ୍ଗା ଥାନାରେ ରଖାଯାଇ ଅଧିକ ଅନୁସନ୍ଧାନ ଜାରି ରହିଛି।
Powered by Froala Editor