Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, July 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଷ୍ଟଣ୍ଟ ବେଳେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

  • ଖାଦ୍ୟ ପ୍ୟାକେଟରେ ଲାଗିବ ସୂଚନା : ଅଧିକ ...

  • କଶ୍ୟପଙ୍କଠାରୁ ଅଲଗା ହେବେ ସାଇନା

  • ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ

  • ଅଧିକ ଚିକେନ ମାଗିବାରୁ ଯୁବକଙ୍କୁ ହତ୍ୟା

  • ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ...

  • ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ...

  • ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ...

  • ଭାରତୀୟ ରେଳର ବଡ଼ ନିଷ୍ପତ୍ତି: ଟ୍ରେନ୍ ବଗି ...

  • ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ

ରାଜନୀତି
Home ›› ରାଜନୀତି ››ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି

ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି

2025-07-14 15:30:07
14033
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି

ଭୁବନେଶ୍ୱର, ୧୪/୦୭/୨୦୨୫: ଆଜି ରାଜଭବନରେ ଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଜୁ ମହିଳା ଜନତା ଦଳର ୩ ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ମହିଳା, ଛାତ୍ରୀ ଓ ନାବାଳିକା ବିରୋଧୀ ହିଂସା ଘଟଣାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ ।


ସମ୍ପ୍ରତି ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ବିଇଡି ଛାତ୍ରୀଙ୍କୁ ନିଜ ବିଭାଗୀୟ ପ୍ରଫେସର ଦୀର୍ଘ ୬ ମାସ ଧରି ମାନସିକ ନିର୍ଯାତନା ଦେବା ସହ ଶାରୀରିକ ଅନୁଗ୍ରହ ପାଇଁ ବାଧ୍ୟ କରୁଥିଲେ । ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷ, ସ୍ଥାନୀୟ ସାଂସଦ, ଓ ପୋଲିସଙ୍କୁ ଜଣାଇଲା ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକଙ୍କୁ ଛାତ୍ରୀ ଜଣଙ୍କ ସାମାଜିକ ଗଣମାଧ୍ୟମରେ ନିଜ ନିର୍ଯାତନା ବାବଦରେ ଜଣାଇ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ । ପରିଶେଷରେ ପ୍ରଶାସନ, ପୋଲିସ ଓ ସରକାରଙ୍କ ପକ୍ଷରୁ କୌଣସି ସହାୟତା ନ ମିଳିବାରୁ ଅନୋନ୍ୟଉପାୟ ହୋଇ ଜୁଲାଇ ୧୨ ତାରିଖ ଦିନ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମ୍ନାରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ ଏବଂ ବର୍ତ୍ତମାନ ସେ ଭୁବନେଶ୍ୱର ଏମ୍ସରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି ।


ଜୁନ ୧୫ ତାରିଖ ରଜ ସଂକ୍ରାନ୍ତିରେ ଗୋପାଳପୁର ବେଳାଭୂମିକୁ ନିଜ ବନ୍ଧୁଙ୍କ ସହ ବୁଲିବାକୁ ଆସିଥିବା ଜଣେ କଲେଜ ଛାତ୍ରୀଙ୍କୁ ନିଜ ବନ୍ଧୁଙ୍କ ସାମ୍ନାରେ ୧୦ ଜଣ ଦୁବୃର୍ତ୍ତ ଗଣଦୁଷ୍କର୍ମ କରିଥିଲେ । କିଛି ଦିନ ତଳେ ଶାସକ ଦଳର ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଯେଉଁଭଳି ବ୍ୟକ୍ତିଗତ ଚରିତ୍ର ସଂହାର କରି କୁତ୍ସିତ ଓ ଅଶୋଭନୀୟ ଭାଷା ବ୍ୟବହାର କଲେ ତାହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । ଡ. ସାମନ୍ତସିଂହାର ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନକରିବା ଶାସକ ଦଳ ଓ ସରକାରଙ୍କ ମାନସିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


ସେହିପରି କିଛି ଦିନ ତଳେ କେନ୍ଦୁଝର ଜିଲ୍ଲା ତେନ୍ତେଳାପଶି ଗ୍ରାମରେ ଏକ ୧୭ ବର୍ଷର ଆଦିବାସୀ ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟାଙ୍ଗି ଦେବା ଘଟଣା ସାରା ରାଜ୍ୟକୁ ବିଚଳିତ କରିଥିଲା । ରାଜ୍ୟରେ ଆଦିବାସୀ ଓ ଦଳିତ ନାବାଳିକା ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଉଦ୍ବେଗଜନକ ଭାବେ ଗତ ୧ ବର୍ଷ ମଧ୍ୟରେ ବଢିଚାଲିଛି । ସେହିପରି ଗତ ଏକ ବର୍ଷ ମଧ୍ୟରେ ମହିଳା, ଛାତ୍ରୀ ଓ ଶିଶୁ ବିରୋଧୀ ହିଂସାକୁ ନେଇ ୨୮ ହଜାର ମାମଲା ରୁଜୁ ହୋଇଛି । ପ୍ରତ୍ୟେକ ଦିନ ରାଜ୍ୟରେ ହାରାହାରି ୧୫ଟି ଦୁଷ୍କର୍ମ ଘଟଣା ଘଟିବା ରାଜ୍ୟର ମହିଳା ବିରୋଧୀ ହିଂସାକୁ ଦର୍ଶାଉଛି । ସେହିପରି ରାଜ୍ୟରେ ଗତ ଏକ ବର୍ଷ ମଧ୍ୟରେ ମହିଳା ବିରୋଧୀ ହିଂସାରେ ଦୋଷୀ ସାବ୍ୟସ୍ତ ହାର ୫.୫୭ ପ୍ରତିଶତ ରହିଛି, ଯାହାକି ଦେଶରେ ସର୍ବନିମ୍ନ । ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଓ ସଦସ୍ୟା ପଦ ଏକ ବର୍ଷ ହେଲା ଖାଲିପଡିଛି । ଶିଶୁ ସୁରକ୍ଷା କମିଶନର ଓ ସଦସ୍ୟ ପଦ ଗତ ଏକ ବର୍ଷ ହେଲା ଖାଲି ପଡିଥିବା ନେଇ ମହାମହିମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।


ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ସାଂସଦ ଶ୍ରୀମତୀ ସୁଲତା ଦେଓ ମହାମହିମ ରାଷ୍ଟ୍ରପତିଙ୍କ ସହ ରାଜ୍ୟରେ ମହିଳା ବିରୋଧୀ ହିଂସା ଓ ଆଦିବାସୀ ଏବଂ ଦଳିତ ମହିଳାଙ୍କ ଉପରେ ଉଦ୍ବେଗଜନକ ଭାବେ ବୃଦ୍ଧି ପାଉଥିବା ଅତ୍ୟାଚାର ରୋକିବା ପାଇଁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଥିଲେ ।

Powered by Froala Editor

Tags BJD

Related articles Odisha News Lens 4.1

  • ଖାଦ୍ୟ ପ୍ୟାକେଟରେ ଲାଗିବ ସୂଚନା : ଅଧିକ ଚିନି, ତେଲ ଜାତୀୟ ଖାଦ୍ୟ ଖାଉଥିଲେ ସାବଧାନ !
    ଦେଶ-ଦେଶାନ୍ତର

    ଖାଦ୍ୟ ପ୍ୟାକେଟରେ ଲାଗିବ ସୂଚନା : ଅଧିକ ଚିନି, ତେଲ ଜାତୀୟ ଖାଦ୍ୟ ଖାଉଥିଲେ ସାବଧାନ !

    14330
    Jul 14, 2025
  • ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ
    ଦେଶ-ଦେଶାନ୍ତର

    ଗାଜାରେ ଇସ୍ରାଏଲ ସେନାର ଆକ୍ରମଣ, ୧୦୦ ମୃତ

    14772
    Jul 14, 2025
  • ଷ୍ଟଣ୍ଟ ବେଳେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଷ୍ଟଣ୍ଟ ବେଳେ ଷ୍ଟଣ୍ଟମ୍ୟାନଙ୍କ ମୃତ୍ୟୁ

    15419
    Jul 14, 2025
  • ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ଯୌନ ନିର୍ଯାତନା ମାମଲା ରେ ଓଡ଼ିଶା ...
    ରାଜନୀତି

    ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ଯୌନ ନିର୍ଯାତନା ମାମଲା ରେ ଓଡ଼ିଶା ...

    14616
    Jul 14, 2025
  • ଅଧିକ ଚିକେନ ମାଗିବାରୁ ଯୁବକଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ଅଧିକ ଚିକେନ ମାଗିବାରୁ ଯୁବକଙ୍କୁ ହତ୍ୟା

    13584
    Jul 14, 2025
  • ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ...
    ରାଜନୀତି

    ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ...

    14033
    Jul 14, 2025
  • କଶ୍ୟପଙ୍କଠାରୁ ଅଲଗା ହେବେ ସାଇନା
    ଦେଶ-ଦେଶାନ୍ତର

    କଶ୍ୟପଙ୍କଠାରୁ ଅଲଗା ହେବେ ସାଇନା

    14118
    Jul 14, 2025
  • ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ
    ଦେଶ-ଦେଶାନ୍ତର

    ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣା ଗ୍ରସ୍ତ

    14012
    Jul 14, 2025
  • ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ

    14782
    Jul 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ରାଜନୀତି

    ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ହିଂସାକୁ ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ବିଜେଡି

    14033
    Jul 14, 2025
  • ଦେଶ-ଦେଶାନ୍ତର

    ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ

    14782
    Jul 14, 2025
  • ଦେଶ-ଦେଶାନ୍ତର

    କଶ୍ୟପଙ୍କଠାରୁ ଅଲଗା ହେବେ ସାଇନା

    14118
    Jul 14, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16620
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16736
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17048
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15538
    Apr 03, 2021

ବିଶେଷ

  • ଧୂମପାନ କେତେ କ୍ଷତିକାରକ ଜାଣନ୍ତୁ....

    14173
    Jul 13, 2025
  • ସମୟର ସଦୁପଯୋଗ କରନ୍ତୁ ଏହିପରି

    14974
    Jul 12, 2025
  • ଔଷଧୀୟ ଗୁଣରେ ଭରପୁର ଅର୍ଜୁନ ଗଛ

    15840
    Jul 12, 2025
  • ଅନେକ ଔଷଧିୟ ଗୁଣରେ ଭରପୁର କ୍ୟାପସିକମ

    14829
    Jul 11, 2025
  • ନିରୋଗ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

    14952
    Jul 10, 2025

ବାଣିଜ୍ୟ

ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

ଭୁବନେଶ୍ୱର:- ଆଦିତ୍ୟ ଆଲୁମିନିୟମ ପାରିପାର୍ଶ୍ବିକ ଉନ୍ନୟନ କାର୍ଯ୍ୟକ୍ରମରେ  ମାଟ୍ରିକ ରେ ୭୦% ରୁ ଅଧିକ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସାମୁହିକ ପ୍ରତିଭା ସମ୍ମାନ କାର୍ ...

  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15873
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16412
    Jul 01, 2025
  • ରଥଯାତ୍ରା ୨୦୨୫ରେ ସନ୍‌ଫିଷ୍ଟ ମାରୀ ଲାଇଟ୍‌ ଭକ୍ତମାନଙ୍କ ପାଇଁ ଆଣିଛି ଶୀତଳ ‘ସୂର୍ଯ୍ୟ ବରଦାନ’

    14059
    Jun 28, 2025
  • ଭାସମଲ୍‌ ଏକ କଳାକୃତି ସହିତ ରଥଯାତ୍ରାକୁ ସମ୍ମାନ ପ୍ରଦର୍ଶନ କରୁଛି ଏବଂ ଶୁଭାରମ୍ଭ କରୁଛି ହେନା କ୍ରିମ ହେୟାର କଲର୍‌

    15580
    Jun 25, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏଫ୍ଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଏବଂ ଯୌନ ନିର୍ଯାତନା ମାମଲା ରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା, ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ

    14616
    Jul 14, 2025
  • ଦିଲ୍ଲୀର ଦୁଇଟି ସ୍କୁଲକୁ ବୋମା ଧମକ

    14782
    Jul 14, 2025
  • ଅଧିକ ଚିକେନ ମାଗିବାରୁ ଯୁବକଙ୍କୁ ହତ୍ୟା

    13584
    Jul 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In