ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ଭକ୍ତଙ୍କ ପ୍ରବଳ ଭିଡ଼

ଗଞ୍ଜାମ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ ଗଞ୍ଜାମ ସହର ନିକଟସ୍ଥ ଦାମୋଦରପୁର ପୁଣ୍ୟତୋୟା ଋଷିକୁଲ୍ୟା ନଦୀଘାଟ ରେ ହଜାର ହଜାର ସଂଖ୍ୟାରେ ବୋଲବମ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ମାନସିକ ଧାରୀ ମାନେ ନୂତନ ଗେରୁଆ ବସ୍ତ୍ର ପରିଧ୍ୟାନ ପୂର୍ବକ ନଦୀ ଜଳ ସଂଗ୍ରହ କରି ବାଲୁକା ରାଶିରେ ଶିବଲିଙ୍ଗ ସ୍ଥାପନ କରିବା ସହ ପରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବା ପରେ ନିକଟସ୍ଥ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ । ପରେ ବାହୁଙ୍ଗି ସାହାଯ୍ୟରେ ଜଳ ପାତ୍ର କାନ୍ଧ ରେ ଧାରଣ କରି ବିଭିନ୍ନ ଶୈବପୀଠ ଅଭିମୁଖେ ପ୍ରସ୍ଥାନ କରିଥିଲେ। ବାବା ଆଖଣ୍ଡଳମଣି ବୋଲବମ ପରିଚାଳନା କମିଟି ପକ୍ଷରୁ ଭକ୍ତ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି।
Powered by Froala Editor