ଟ୍ରକ୍ ଧକ୍କାରେ ଓଲଟି ପଡିଲା ବସ୍, ୧୫ରୁ ଅଧିକ ଆହତ
ଜଳେଶ୍ଵର: ଟ୍ରକ୍ ଧକ୍କାରେ ଓଲଟି ପଡିଲା ବସ୍ , ୧୫ରୁ ଅଧିକ ଯାତ୍ରୀ ଆହତ। ଏଭଳି ଘଟଣା ଦେଖିବାକୁ ମିଳିଚି ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରେ । ମିଳିଥିବା ସୂଚନା ଅନୁଯାୟୀ ଗୀତାଞ୍ଜଳି ନାମକ ଏକ ଘରୋଇ ବସ୍ ଆଜି ଜଳେଶ୍ଵରରୁ ବାରିପଦା ଅଭିମୁଖେ ଯାଉଥିଲା। ଏତିକି ବେଳେ ଚାଲନ୍ତି ଛକ ନିକଟରେ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା। ଭାରସାମ୍ୟ ହରାଇ ବସ୍ଟି ଓଲଟି ପଡିଥିଲା। ଦୁର୍ଘଟଣାରେ ୧୫ରୁ ଅଧିକ ଲୋକ ଆହତ ହୋଇଥିବାବେଳେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ଜଳେଶ୍ଵର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor