ଶିକ୍ଷକଙ୍କ ବଦଳି ବାତିଲ ନେଇ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଛତ୍ରପୁର: ସ୍କୁଲ ଶିକ୍ଷକଙ୍କ ବଦଳି ବାତିଲ କରିବା ନେଇ ଛତ୍ରପୁର ବ୍ଳକ ଟାକିରିଆ ବ୍ରହ୍ମପୁର ଅଭିଭାବକ ଓ ଛାତ୍ର ଛାତ୍ରୀ କରିଛନ୍ତି ଆନ୍ଦୋଳନ । ଆଜି ସକାଳୁ ସ୍କୁଲ ଗେଟ ଆଗରେ ଆନ୍ଦୋଳନ କରିବା ସହ ଗେଟରେ ତାଲା ପକାଇ ରଖିଛନ୍ତି । ଏପରିକି କୌଣସି ଶିକ୍ଷକଙ୍କୁ ମଧ୍ୟ ସ୍କୁଲକୁ ଛାଡୁ ନାହାନ୍ତି । ଶିକ୍ଷକଙ୍କ ବଦଳି ବାତିଲ ନହେଵା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ସ୍କୁଲରେ ତାଲା ଝୁଲି ରହିବ ବୋଲି ଚେତାବନୀ ଦିଆଯାଇଛି।
ଛତ୍ରପୁର ବ୍ଲକ ଟାକିରିଆ ବ୍ରହ୍ମପୁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଜେ.କୁର୍ମା ରାଓଙ୍କୁ ସୁନ୍ଦରପୁରର ସୁନ୍ଦରେଶ୍ୱର ସ୍କୁଲକୁ ବଦଳି ହୋଇ ଯାଇଛି । ତାଙ୍କ ବଦଳି ଅନ୍ୟ ଜଣେ ଶିକ୍ଷୟିତ୍ରୀକୁ ଏହି ସ୍କୁଲ ହୋଇଛି । ଜେ.କୁର୍ମା ଜଣେ ଭଲ ଶିକ୍ଷକ ତାଙ୍କ ପାଇଁ ବେସରକାରୀ ସ୍କୁଲର କିଛି ପିଲା ଚଳିତ ଶିକ୍ଷାବର୍ଷରେ ସେଠାରୁ ବାହାରି ଏହି ସ୍କୁଲରେ ନାମ ଲେଖାଇଛନ୍ତି। ଏବେ ଏହି ଶିକ୍ଷକଙ୍କ ବଦଳି ହୋଇଯାଇଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ହେବ । ଗତକାଲି ଏକ ସ୍ମାରକପତ୍ର ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢୀଙ୍କୁ ପ୍ରଦାନ କରାଯାଇଥିଲା । ବଦଳି ବାତିଲ ନହେବା ପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ପଡି ରହିବ ବୋଲି କହିଥିଲେ । ଘଟଣାର ଖବର ପାଇ ଚମାଖଣ୍ଡି ପୁଲିସ ସ୍କୁଲ ନିକଟରେ ପହଂଚିଥିଲେ।
Powered by Froala Editor