Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, March 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

  • UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ...

  • ଭାରତ ମହାସାଗରରେ ଆମେରିକା ନୌସେନା ...

  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ...

  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ...

  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର

  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ...

  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ...

  • ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ...

Home ›› ››ଆମ୍ବୁଲାନ୍ସ ସେବାର ହେବ ତର୍ଜମା

ଆମ୍ବୁଲାନ୍ସ ସେବାର ହେବ ତର୍ଜମା

2025-07-06 07:25:47
14448
Share:
Facebook
Twitter
E-Mail
WhatsApp
Telegram
ଆମ୍ବୁଲାନ୍ସ ସେବାର ହେବ ତର୍ଜମା

ଭୁବନେଶ୍ବର: ରାଜ୍ୟରେ ସରକାରଙ୍କ ପକ୍ଷରୁ ନିୟୋଜିତ ଆମ୍ବୁଲାନ୍ସ ରୋଗୀଙ୍କୁ କିପରି ସେବା ପ୍ରଦାନ କରୁଛନ୍ତି ତାହାର ତର୍ଜମା କରାଯିବ। କେତେ ସମୟ ଭିତରେ ରୋଗୀଙ୍କ ପାଖରେ ଆମ୍ବୁଲାନ୍ସ ପହଞ୍ଚୁଛି, କେତେ ସମୟରେ ରୋଗୀ ଡାକ୍ତରଖାନାରେ ପହଞ୍ଚିପାରୁଛନ୍ତି, ଆମ୍ବୁଲାନ୍ସରେ ସବୁ ଜରୁରୀ ଚିକିତ୍ସା ସାମଗ୍ରୀ ଉପଲବ୍ଧ ଅଛି କି ନାହିଁ, କର୍ମଚାରୀଙ୍କ ବ୍ୟବହାର କେମିତି ରହୁଛି, ରୋଗୀ ସନ୍ତୁଷ୍ଟି ସୁନିଶ୍ଚିତ ହେଉଛି କି ନାହିଁ, ପ୍ରଶିକ୍ଷିତ ସ୍ବାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହୁଛନ୍ତି କି ନାହିଁ ସେ ବିଷୟ‌ରେ ଯାଞ୍ଚ କରାଯିବ। ସରକାରଙ୍କ ପକ୍ଷରୁ ପ୍ରଦତ୍ତ ୧୦୮, ୧୦୪ ଆମ୍ବୁଲାନ୍ସ, ଜନନୀ ଏକ୍ସପ୍ରେସ ଏବଂ ନୌକା ଆମ୍ବୁଲାନ୍ସ ଲକ୍ଷ୍ୟ ପୂରଣରେ କେତେଦୂର ସଫଳ ହେଉଛନ୍ତି ତାହା ଜାଣିବା ପାଇଁ ଏକ ଅଭିଜ୍ଞ ଓ ବୃତ୍ତିଗତ ସଂସ୍ଥା ଦ୍ବାରା ସର୍ବେକ୍ଷଣ କରାଯିବ। ବଡ଼ କଥା ହେଲା ଭୌ‌ଗୋଳିକ ଅବସ୍ଥିତି ଦୃଷ୍ଟିରୁ ଆମ୍ବୁଲାନ୍ସର ଉପଲବ୍ଧତାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଫଳରେ ଆମ୍ବୁଲାନ୍ସ ସେବାରୁ ଅପହଞ୍ଚ ଅଞ୍ଚଳ ଏବଂ ଆମ୍ବୁଲାନ୍ସ ଥାଇ ସୁଦ୍ଧା ପହଞ୍ଚିପାରୁ ନ ଥିବା ଅଞ୍ଚଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯିବ। ନିର୍ଦିଷ୍ଟ ଆମ୍ବୁଲାନ୍ସ ମରାମତି ପାଇଁ କେତେ ଦିନ ସେବାରୁ ବାହାରେ ରହୁଛି, ଚାଲୁଥିବା ସମୟରେ କେତେ ଆମ୍ବୁଲାନ୍ସ ଯାନ୍ତ୍ରିକ ସମସ୍ୟା ପାଇଁ ଅଟକି ଯାଇଛି ତାହା ଏଥିରେ ସ୍ଥାନ ପାଇବ। ଅତି ଗୁରୁତର ରୋଗୀଙ୍କ ଜୀବନ ରକ୍ଷା କରିବାରେ ଆମ୍ବୁଲାନ୍ସ ସେବା କେତେଦୂର ସଫଳ ହେଉଛି ତାହା ଜାଣିବା ପାଇଁ ଉଦ୍ୟମ କରାଯିବ। ଏହି ରିପୋର୍ଟ ଆଧାରରେ ଆବଶ୍ୟକତା ଦୃଷ୍ଟିରୁ ଅଧିକ କିମ୍ବା ନୂଆକରି ଆମ୍ବୁଲାନ୍ସ ସେବା ଆରମ୍ଭ ହେବ, ବ୍ୟବସ୍ଥାରେ ସଂସ୍କାର ଅଣାଯିବ। ଏନେଇ ଏନ୍‌ଏଚ୍‌ଏମ୍‌ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି।
ସୂଚନା ଯୋଗ୍ୟ ଯେ ଗତକାଲି ଗଞ୍ଜାମ ଜିଲା ଖଲ୍ଲିକୋଟ ସାନଘାଟି ଉପରେ ୧୦୮ ଆମ୍ବୁଲାନ୍ସ ଅଚଳ ହୋଇପଡ଼ିବାରୁ ସେହି ଆମ୍ବୁଲାନ୍ସରେ ଏମକେସିଜି ମେଡ଼ିକାଲକୁ ସ୍ଥାନାନ୍ତର ହେଉଥିବା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବିରିପୁର ଗ୍ରାମର ଶଙ୍କର ମହାରଣାଙ୍କ ମୃତ୍ୟୁ ହୋଇଯାଇଥିଲା।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ମୂଲ୍ୟାଙ୍କନ କରାଯିବ। ରାଜ୍ୟର ବିଭିନ୍ନ ଜିଲାରେ ସରକାରୀ ଆମ୍ବୁଲାନ୍ସ ସେବାକୁ ନେଇ ନାନା ଅଭିଯୋଗ ଆସୁଥିବା ବେଳେ ଏପରି ସର୍ବେକ୍ଷଣ କିଛି ବଡ଼ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି। ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ସେବା ଜାରି ରଖିବା ଲାଗି ୨୩୮୮.୪୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ଗତ ଏପ୍ରିଲରେ ରାଜ୍ୟ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଥିଲେ। ମୂଲ୍ୟାଙ୍କନ ସମୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟ, ଆମ୍ବୁଲାନ୍ସ କର୍ମଚାରୀ, କଲ୍‌ ସେଣ୍ଟର କର୍ମଚାରୀ, ସୁପରଭାଇଜର୍, ଡାକ୍ତର ଓ ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀ, ବିଡିଓ, ସିଡିଏମ୍‌ଓଙ୍କ ମତାମତ ନିଆଯିବ। ୩/୪ ଜିଲାକୁ ମିଶାଇ ଗୋଟିଏ ଲେଖାଏଁ ଗୋଷ୍ଠୀ ଗଠନ କରାଯାଇ ମୂଲ୍ୟାଙ୍କନ କରାଯିବ। ସଂସ୍ଥା ଏହି କାର୍ଯ୍ୟ ଆରମ୍ଭ କରିବାର ୪୫ ଦିନ ଭିତରେ ଶେଷ କରି ପରବର୍ତ୍ତୀ ୧୦ ଦିନ ମଧ୍ୟରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ।

Powered by Froala Editor

Tags Ambulance

Related articles Odisha News Lens 4.1

  • ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ
    ଦେଶ-ଦେଶାନ୍ତର

    ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ

    14051
    Mar 06, 2026
  • ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ
    ଦେଶ-ଦେଶାନ୍ତର

    ମହାରାଷ୍ଟ୍ରରୁ ବିଜେପି ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ମନୋନୀତ

    15499
    Mar 04, 2026
  • ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ
    ଦେଶ-ଦେଶାନ୍ତର

    ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    15131
    Mar 05, 2026
  •  UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ
    ଦେଶ-ଦେଶାନ୍ତର

    UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13385
    Mar 06, 2026
  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ
    ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14817
    Mar 06, 2026
  • ନାମାଙ୍କନ ଦାଖଲ କଲେ ନୀତିଶ କୁମାର
    ଦେଶ-ଦେଶାନ୍ତର

    ନାମାଙ୍କନ ଦାଖଲ କଲେ ନୀତିଶ କୁମାର

    15151
    Mar 05, 2026
  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ
    ଦେଶ-ଦେଶାନ୍ତର

    ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ

    15826
    Mar 04, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ...
    ବାଣିଜ୍ୟ

    ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ...

    13907
    Mar 05, 2026
  • ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି
    ଦେଶ-ଦେଶାନ୍ତର

    ଏହି କାରଣରୁ ଧୋନୀଙ୍କୁ ନୋଟିସ ଜାରି

    14572
    Mar 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14817
    Mar 06, 2026
  • ଦେଶ-ଦେଶାନ୍ତର

    ଆମେରିକା ଗଭୀର ଅନୁତାପ କରିବ: ବୈଦେଶିକ ମନ୍ତ୍ରୀ

    15131
    Mar 05, 2026
  • ଦେଶ-ଦେଶାନ୍ତର

    UPSC ଫଳାଫଳ ପ୍ରକାଶିତ : ଟପ୍ପର ହେଲେ ଅନୁଜ ଅଗ୍ନିହୋତ୍ରୀ

    13385
    Mar 06, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17361
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17428
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17775
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16247
    Apr 03, 2021

ବିଶେଷ

  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    14653
    Mar 05, 2026
  • ଗ୍ରହଣ ଦିନ ଜନ୍ମିତ ଶିଶୁ ହୋଇଥାନ୍ତି ଏମିତି

    15120
    Mar 03, 2026
  • ନିୟମିତ ମିଶ୍ରି ଖାଇଲେ ଦୃଷ୍ଟିଶକ୍ତିଜନିତ ସମସ୍ୟା କମିଥାଏ

    14328
    Mar 02, 2026
  • ଅଜୀର୍ଣ୍ଣ ସମସ୍ୟାର ସମ୍ମୁଖୀନ ହେଉଥିଲେ ଆପଣାନ୍ତୁ ଏହି ଉପାୟ....

    15065
    Feb 28, 2026
  • ଖାଲି ପେଟରେ ଉଷୁମ ପାଣି ପିଇଲେ ମିଳେ ଏହିସବୁ ଲାଭ

    14687
    Feb 27, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15668
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15127
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14978
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14492
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ

    14817
    Mar 06, 2026
  • ଭାରତ ମହାସାଗରରେ ଆମେରିକା ନୌସେନା ପକ୍ଷରୁ ଇରାନ୍‌ ଯୁଦ୍ଧଜାହାଜକୁ ଆକ୍ରମଣ

    14051
    Mar 06, 2026
  • ଇରାନୀୟ ଜାହାଜ ଉପରେ ଆକ୍ରମଣ: ୧୦୧ ନିଖୋଜ, ୭୮ ଆହତ

    15826
    Mar 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In