ପେଟରେ କ୍ରିକେଟ ବଲ ବାଜି ଯୁବକ ମୃତ

ଭୁବନେଶ୍ବର: ପେଟରେ କ୍ରିକେଟ ବଲ ବାଜିବାରୁ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ଯୁବକ । ପରେ ଲଗାତାର ବାନ୍ତି ହେବାରୁ ଘର ଲୋକମାନେ ସ୍ଥାନୀୟ ମେଡିକାଲକୁ ନେଇଥିଲେ, ସେଠାରୁ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୧୦୮ ଆମ୍ବୁଲାନ୍ସରେ ଯିବା ବେଳେ ବାଟରେ ଖରାପ ହୋଇଯାଇଥିଲା ଆମ୍ବୁଲାନ୍ସ । ଦୀର୍ଘ ସମୟ ଆମ୍ବୁଲାନ୍ସଟି ଅଟକି ରହିଥିବାରୁ ଚିକିତ୍ସାରେ ବିଳମ୍ବ ହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରୁ । ୩ଘଣ୍ଟା ବିଳମ୍ବ ହେବାରୁ ଆମ୍ବୁଲାନ୍ସରେ ଯୁବକଙ୍କ ଜୀବନ ଚାଲିଯାଇଥିବା ପରିବାର ଲୋକମାନେ ଅଭିଯୋଗ କରିଛନ୍ତି । ଘଟଣାର ତଦନ୍ତ କରିବା ସହ ଯୁବକଙ୍କୁ ନ୍ୟାୟ ଦାବି ହୋଇଛି ।
Powered by Froala Editor