ନିଖୋଜର ୩ ଦିନ ପରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ଆନନ୍ଦପୁର : ନିଖୋଜର ୩ ଦିନ ପରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ସୋସ ଥାନା ରାଇଘାଟି ପାହାଡ ଅଞ୍ଚଳରେ। ଗତ ୩ ଦିନ ତଳେ ଯୁବକ ଜଣକ ଘରୁ କୌଣସି କାମରେ ଯାଇ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ନିରାଶ ହୋଇଥିଲେ। ଏ ନେଇ ପୁଲିସକୁ ଜଣାଇଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଯୁବକ ଜଣଙ୍କୁ କେହି ମାରି ଫିଙ୍ଗି ଦେଇଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ ।
Powered by Froala Editor