ଟ୍ରକକୁ ଧକ୍କା ଦେଲା କାର୍ , ଦମ୍ପତ୍ତି ମୃତ

ବୌଦ୍ଧ: ଛିଡା ହୋଇଥିବା ଟ୍ରକକୁ ଧକ୍କା ଦେଲା କାର୍ , ଦମ୍ପତ୍ତି ମୃତ। ବୌଦ୍ଧ ଜିଲ୍ଲା ଏନ୍ଏଚ୍ ୫୭ ନଂ ନୂଆପଡା ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ବାପାର ମୃତ୍ୟୁ ଖବର ଶୁଣି ପୁଅ, ବୋହୂ ନୟାଗଡ ଗଣିଆ ଯାଉଥିଲେ। ଏତିକିବେଳେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଚାଉଳ ବୋଝେଇ ଟ୍ରକକୁ ସାମ୍ନା ପଟୁ ଧକ୍କା ଦେଇଥିଲା ଦମ୍ପତ୍ତିଙ୍କ କାର୍। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ , ଘଟଣାସ୍ଥଳରେ ହିଁ ସ୍ଵାମୀ , ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିଲା। ମୃତକ ରାଜ୍ କିଶୋର ସାହୁ ଓ ସ୍ତ୍ରୀ ମିନାକ୍ଷୀ ସାହୁ ବୋଲି ଜଣାପଡିଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି କରିଛି।
Powered by Froala Editor