ଝିଅ ପରେ ପୁତ୍ର ସନ୍ତାନର ଜନନୀ ହେଲେ ଇଲିଆନା

ଅଭିନେତ୍ରୀ ଇଲିଆନା ଡିକ୍ରୁଜ ଦ୍ୱିତୀୟ ଥର ମାଆ ହୋଇଛନ୍ତି। ଇଲିଆନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ବଡ଼ ଖବର ସେୟାର କରିଛନ୍ତି ଅଭିନେତ୍ରୀ। ସେ ତାଙ୍କ ପୁଅର ନାମ ସହିତ ତାଙ୍କ ପୁଅର ଏକ ସୁନ୍ଦର ଝଲକ ମଧ୍ୟ ନିଜ ପ୍ରଶଂସକଙ୍କୁ ଦେଖାଇଛନ୍ତି। ଏହାପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଇଲିଆନା ଲେଖିଛନ୍ତି ଯେ, ‘ମୋ ହୃଦୟ ଖୁସିରେ ଭରିଯାଇଛି’।
୧୯ ଜୁନରେ ଇଲିଆନା ନିଜ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ୨୮ ଜୁନରେ ଏକ ପୋଷ୍ଟ ସେୟାର କରି ଏହା ଜଣାଇଛନ୍ତି। ପ୍ରିୟଙ୍କା ଚୋପ୍ରା ଇଲିଆନାଙ୍କୁ ମାଆ ହେବାର ଶୁଭେଚ୍ଛା ଜଣାଇଛନ୍ତି।
ଇଲିଆନା ୨ ବର୍ଷ ପୂର୍ବେ ମାଇକେଲ ଡୋଲାନଙ୍କ ସହ ବିବାହ କରିଥିଲେ। ୨୦୨୩ରେ ଇଲିୟାନା ପ୍ରଥମଥର ମାଆ ହୋଇଥିଲେ ଏବଂ ଏକ ଝିଅକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ସେ ଏକ ପୁଅ ସନ୍ତାନର ଜନନୀ ହୋଇଛନ୍ତି।
ଏହି ପୋଷ୍ଟରେ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ନବଜାତ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ପୁଅ ବହୁତ ସୁନ୍ଦର ଦିଶୁଛି। ଏହି ପୋଷ୍ଟରେ ଶିଶୁର ନାମ ମଧ୍ୟ ପ୍ରକାଶ ପାଇଛି। ସେ ତାଙ୍କ ପୁଅର ନାମ 'କିନୁ ରାଫେ ଡୋଲାନ୍' ରଖିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି - 'ଆମର ହୃଦୟ ଖୁସିରେ ଭରିଯାଇଛି।'
Powered by Froala Editor