ଘୋଷଣା ହେବ ନୂଆ ତାରିଖ, ବିଏଡ୍, ବିଏଚଏଡ୍ ଓ ଏମ.ଏଡ୍ ନାମଲେଖା ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ବର: ୨୦୨୫-୨୬ ଶିଷା ବର୍ଷରେ ବିଏଡ୍, ବିଏଚଏଡ୍ ଓ ଏମ.ଏଡ୍ ବିଷୟରେ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ କରାଯାଇଛି । ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ନୂଆ ତାରିଖ ଘୋଷଣା ହେବ । ପ୍ରବେଶିକା ପରୀକ୍ଷାରେ ଅନିୟମିତତା ନେଇ ଅଭିଯୋଗ ହେବା ପରେ ଏସଏସବି ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।ବିଶେଷଜ୍ଞ କମିଟି ଦ୍ୱାରା ପ୍ରଶ୍ନପତ୍ର ଯାଞ୍ଚ କରାଯାଉଛି । ଯାଞ୍ଚ ପ୍ରକ୍ରିୟା ଶେଷ ନହେବା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ଘୋଷଣା ହେବା ପରେ ସାମସ୍ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ।
Powered by Froala Editor