ସ୍ପେଶ ଷ୍ଟେଶନରେ ଶୁଭାଂଶୁଙ୍କୁ ଭବ୍ୟ ସ୍ବାଗତ

୨୮ ଘଣ୍ଟାର ଉଡ଼ାଣ ପରେ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ(ଆଇଏସଏସ)ରେ ପହଞ୍ଚିଛନ୍ତି ଶୁଭାଂଶୁ ଶୁକ୍ଲାଙ୍କ ସହ ୪ ମହାକାଶଚାରୀ । ମହାକାଶ ଷ୍ଟେଶନରେ ପ୍ରବେଶ କରିବା ପରେ, ସେଠାରେ ଥିବା କ୍ରୁ ସଦସ୍ୟମାନେ ସେମାନଙ୍କୁ ସ୍ବାଗତ କରିଥିଲେ। ISS ରେ ପହଞ୍ଚିବା ପରେ, ସମସ୍ତ ଚାରିଜଣ ମହାକାଶଚାରୀ ହ୍ୟୁଷ୍ଟନରେ ମିଶନ ନିୟନ୍ତ୍ରଣ ଆଡକୁ ହାତ ହଲାଇଥିଲେ, ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି।
ଅକ୍ସିଅମ-୪ ମିଶନର ଅଂଶ ଭାବେ ଗୁରୁବାର ୪.୧୬ ମିନିଟରେ ଆଇଏସଏସ୍ ସହ ସଫଳ ଡକିଂ କରିଛି ଡ୍ରାଗନ୍ କ୍ୟାପସୁଲ୍। ଆଉ ଡକିଂ ପରେ ୪ ମହାକାଶଚାରୀଙ୍କୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଭବ୍ୟ ସ୍ବାଗତ କରାଯାଇଛି । ମହାକାଶରେ ଜିରୋ ଗ୍ରାଭିଟି ଥିବାରୁ ମୃଦୁ ପାନୀୟକୁ ଷ୍ଟ୍ର ଲଗାଇ ପିଇଥିଲେ ୪ ମହାକାଶଚାରୀ । ଆଉ ସେଠାରେ ଶୁଭାଂଶୁଙ୍କ କାନ୍ଧରେ ମହାକାଶଚାରୀ ନଂ ୬୩୪ ର ବ୍ୟାଚ୍ ଲଗାଯାଇଛି ।
ସ୍ପେଶ୍ ଷ୍ଟେସନରୁ ଭାରତ ପାଇଁ ବାର୍ତ୍ତା ଦେଇ ଶୁଭାଂଶୁ କହିଛନ୍ତି- ନମସ୍କାର ମୋର ପ୍ରିୟ ଦେଶବାସୀ, ଆପଣମାନଙ୍କ ଆଶୀର୍ବାଦରୁ ମୁଁ ଆସି ଏଠାରେ ସୁରକ୍ଷିତ ପହଞ୍ଚି ପାରିଛି । ପଞ୍ଚମ ମହାକାଶ ଉଡ଼ାଣରେ ପହଞ୍ଚିଥିବା ହ୍ବିଟସନ କହିଛନ୍ତି, ‘ଆମେ ଏଠାରେ ଆସି ଖୁସି। ଏକାକୀ ରହିବା ବହୁତ ସମୟ ଥିଲା।’ ଏହା ପ୍ରଥମ ଥର ପାଇଁ ଜଣେ ଭାରତୀୟ ମହାକାଶଚାରୀ ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ ପରିଦର୍ଶନ କରିଛନ୍ତି।
Powered by Froala Editor