ମା’ ହେବାକୁ ଯାଉଛନ୍ତି ଅଙ୍କିତା

ମା’ ହେବେ ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ଶୋ’ ‘ଲାଫଟର ସେଫ୍ ୨’ର ଶୁଟିଂ ସେଟ୍ରେ ନିଜେ ଅଭିନେତ୍ରୀ ଏନେଇ ଖୁଲାସା କରିଛନ୍ତି। ଏହା ସାମ୍ନାକୁ ଆସିବା ପରେ ଅଙ୍କିତାଙ୍କ ପ୍ରଶଂସକ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।
ଏହା ମଧ୍ୟରେ କଲର୍ସ ପକ୍ଷରୁ ଏକ ଭିଡିଓ ଶେୟାର କରାଯାଇଛି । ସେଥିରେ ଅଭିନେତ୍ରୀ କହୁଛନ୍ତି, ମୁଁ ପ୍ରେଗନେଣ୍ଟ ଅଛି, ଦୌଡ଼ି ପାରିବି ନାହିଁ । କମେଡ଼ିଆନ କ୍ରିଷ୍ଣା ଅଭିଷେକଙ୍କ ପଛରେ ଅଙ୍କିତା ଦୌଡ଼ୁଥିଲେ । ମାତ୍ର କିଛି ଦୂର ଯିବା ପରେ ଅଙ୍କିତା ଅଟକି ଯାଇଥିଲେ ଓ ସେଟ ଉପରେ ଏହା ଘୋଷଣା କରିଥିଲେ ।
୨୦୨୧ରେ ଅଙ୍କିତା ବ୍ୟବସାୟୀ ବିକ୍କି କୌଶଲଙ୍କୁ ବିବାହ କରିଥିଲେ। ଏହାପରେ ଦୁହେଁ ଅନେକ ଶୋ’ରେ ଏକାଠି ନଜର ଆସିଛନ୍ତି। ଏବେ ଏଭଳି ପ୍ରମୋ ଦେଖିବା ପରେ ପ୍ରଶଂସକ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।
କିଛି ଏହାକୁ ସତ ବୋଲି ଗ୍ରହଣ କରୁଥିବା ବେଳେ ଆଉ କିଛି ମଜାକ ବୋଲି କହୁଛନ୍ତି । ପୂର୍ବରୁ ଅଙ୍କିତା ଅନେକ ଥର ମଜାକ୍ କରିସାରିଛନ୍ତି । ୪୦ ବର୍ଷୀୟା ଅଭିନେତ୍ରୀ ମାଆ ହେବାକୁ ନେଇ ତାଙ୍କର ଶାଶୂ ଅନେକ ଥର ନ୍ୟାସନାଲ ଟିଭିରେ କହିସାରିଛନ୍ତି ।
Powered by Froala Editor