ରିଲ୍ସ କରୁ କରୁ ୧୩ ମହଲାରୁ ପଡିଗଲେ ଯୁବତୀ

ରିଲ୍ସ କରିବା ବେଳେ ବେଙ୍ଗାଲୁରୁର ପରପ୍ପାନା ଅଗ୍ରହାରାରେ ଏକ ନିର୍ମାଣାଧୀନ କୋଠାର ୧୩ ମହଲାରୁ ପଡ଼ି ଜଣେ ୨୦ ବର୍ଷୀୟା ଯୁବତୀଙ୍କ ଜୀବନ ଯାଇଛି। ଏଠାରେ ଯୁବତୀ ଜଣକ ସୋସିଆଲ ମିଡିଆ ପାଇଁ ଏକ ରିଲ ଶୁଟିଂ କରୁଥିଲେ ବୋଲି ଜଣାପଡ଼ିଛି।
ପୁଲିସର ସୂଚନା ଅନୁଯାୟୀ, ଯୁବତୀଜଣକ ବିଳମ୍ବିତ ରାତିର ପାର୍ଟି କରିବା ପାଇଁ ଉଭୟ ପୁଅ ଏବଂ ଝିଅ ବନ୍ଧୁଙ୍କର ଏକ ଦଳ ସହ ଉପର ମହଲାକୁ ଯାଇଥିଲେ। ସେମାନଙ୍କ ସଂପର୍କରେ ଥିବା କିଛି ସମସ୍ୟାକୁ ନେଇ ଗୋଷ୍ଠୀ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଫଳରେ ସେ ଦୁଃଖରେ ଉପରକୁ ଯାଇ ରିଲ୍ସ କରିଥିଲେ। ସେଠାରେ ରିଲ୍ସ କରୁ କରୁ ଦୁର୍ଘଟଣାବଶତଃ ତଳକୁ ଖସି ପଡ଼ିଥିଲେ।
ବିହାରର ଯୁବତୀ ଜଣକ ସହରର ଏକ ସପିଂ ମାର୍ଟରେ ଚାକିରି କରୁଥିଲେ। ଘଟଣା ପରେ ତାଙ୍କ ବନ୍ଧୁମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।
ଦକ୍ଷିଣ ପୂର୍ବ ବେଙ୍ଗାଲୁରୁ ଡିସିପି ଫାତିମା ନିଶ୍ଚିତ କରିଛନ୍ତି,ସେମାନେ ଏକ ନିର୍ମାଣାଧୀନ କୋଠାରେ ପାର୍ଟି କରୁଥିଲେ ଏବଂ ତା’ପରେ ଛାତକୁ ଯାଇ ଏକ ରିଲ ତିଆରି କରୁଥିଲେ। ପ୍ରେମ ସମ୍ପର୍କର କୌଣସି କାରଣ ଥିଲା କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Powered by Froala Editor