Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, September 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ...

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ...

  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ...

  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ...

  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ...

  • ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ...

  • ଆଉ କାହାକୁ ନୁହେଁ, କେବଳ ଭଗବାନଙ୍କୁ ...

  • ମାଉଣ୍ଟ ମିଜହିରଗିରେ ହିମସ୍ଖଳନ, ୧୨ ...

  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ...

ରାଜନୀତି
Home ›› ରାଜନୀତି ››ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

2025-06-24 15:05:19
14287
Share:
Facebook
Twitter
E-Mail
WhatsApp
Telegram
ବେଟି ବଚାଓ କହୁଥିବା ଦଳର ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମୟ ନାହିଁ; ସାକ୍ଷାତ କଲେନାହିଁ

ଭୁବନେଶ୍ୱର ତା  ୨୪/୬/୨୫:-‘‘ନିକଟରେ ଓଡ଼ିଶାରେ ସଂଘଟିତ କିଛି ଗଣଦୁଷ୍କର୍ମ ପୀଡ଼ିତାଙ୍କ ଦୁଃଖ ଜାଣିବାକୁ ଏଆଇସିସିର ତଥ୍ୟ ଅନୁଧ୍ୟାନକାରୀ କମିଟିର ସଭ୍ୟା ଭାବେ ତିନିଦିନ ସଂପୃକ୍ତ ଘଟଣାସ୍ଥଳଗୁଡ଼ିକୁ ଯାଇ ପୀଡ଼ିତାମାନଙ୍କ ପରିବାର,  ଗ୍ରାମବାସୀ, ସ୍ଥାନୀୟ ନେତୃତ୍ବ, ପୁଲିସ ଓ ଜିଲ୍ଲା ପ୍ରଶାସନ -ଏ ସବୁ ବର୍ଗର ଲୋକଙ୍କୁ ଭେଟିବାରୁ ଯେଉଁ ସବୁ ହୃଦୟବିଦାରକ ଘଟଣାମାନ ଜାଣିବାକୁ ପାଇଲୁ, ଭାରାକ୍ରାନ୍ତ ହୃଦୟରେ ଓଡ଼ିଶାରୁ ଫେରିବାକୁ ପଡ଼ୁଛି। ଭାବିଥିଲୁ, ପ୍ରଥମେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆମ ଅଭିଜ୍ଞତା ବାଣ୍ଟିବୁ; ଯଦ୍ବାରା ରାଜ୍ୟରେ ମହିଳା ନିର୍ଯାତନା କୋଉ ସ୍ତରରେ ପହଞ୍ଚିଲାଣି ତା’ର ଏକ ଚିତ୍ର ପାଇପାରିବେ। ରାଜ୍ୟର ଏତେବଡ଼ ସ୍ପର୍ଶକାତର ପ୍ରସଙ୍ଗରେ ଆମକୁ ସାକ୍ଷାତ ପାଇଁ ସମୟ ନ ଦେବା ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ସମ୍ବେଦନଶୂନ୍ୟତାକୁ ପ୍ରମାଣ କରୁଛି।’’ -ଗତ ୨୧ରୁ ୨୩ ତାରିଖ ଗୋପାଳପୁର, ଟିକାବାଲି, ହରିଚନ୍ଦନପୁର ସମେତ ବିଭିନ୍ନ ଅଞ୍ଚଳ ଗସ୍ତ ଶେଷକରି ୨୪ ତରିଖ ମଙ୍ଗଳବାର ମଧ୍ୟାହ୍ନରେ କଂଗ୍ରେସ ଭବନରେ ସମ୍ବାଦଦାତାଙ୍କ ଆଗରେ କୋହଭରା କଣ୍ଠରେ ଏହା କହିଛନ୍ତି ଦୀପା ଦାସମୁନ୍‌ସିଙ୍କ ନେତୃତ୍ବାଧୀନ ଉକ୍ତ କମିଟିର ସଭ୍ୟାମାନେ।

ଗୋପାଳପୁର ଓ ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ନିକଟରେ ହୋଇଥିବା ଜଘନ୍ୟ ଗଣବଳାତ୍କାର, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଏବଂ ରାଜ‍୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା, ଶିଶୁ ନିଖୋଜ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି କଂଗ୍ରେସ। ପିସିସି ସଭାପତି ଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଜାତୀୟ ମହିଳା କମିସନର ପୂର୍ବତନ ଅଧ୍ୟକ୍ଷା ଦୀପା ଦାସମୁନ୍‌ସି କହିଥିଲେ, ରାଜ୍ୟରେ ନିଖୋଜ-ଚାଲାଣ ଓ ଦୁଷ୍କର୍ମ ଏବେ ନିତିଦିନିଆ ଘଟଣା ହୋଇଛି। ଏହିପରି ଅନେକ ଘଟଣା ଲୁଚିଯାଉଛି। ଭାଗ୍ୟକୁ ଉକ୍ତ ପୀଡ଼ିତାର କଂକାଳ ମିଳିଗଲା ବୋଲି, ନହେଲେ ସେଇ ଦୁଷ୍କର୍ମ ଘଟଣା ମଧ୍ୟ ଲୋକଲୋକଚନକୁ ଆସି ନ ଥା’ନ୍ତା। ମହିଳା ମାନେ ଆମକୁ ସୁରକ୍ଷା ମାଗୁଛନ୍ତି। ବହୁତ ଆଶା ଥିଲା, ମୁଖ୍ୟମନ୍ତ୍ରୀଙ୍କୁ ସବୁକଥା କହିବୁ। ତେବେ ଦୁଃର ସହ ଫେରିବାକୁ ପଡ଼ୁଛି। ଆମେ ଅନୁଭବ କରିଥିବା ହୃଦୟବିଦାରକ ଘଟଣାଗୁଡ଼ିକର ବିବରଣୀ ଦଳର କେନ୍ଦ୍ରୀୟ ନେତୃତ୍ବକୁ ପ୍ରଦାନ କରିବୁ। ଏହି ଦଳରେ ଥିବା ସାଂସଦମାନେ ଏହି ପ୍ରସଙ୍ଗକୁ ସଂସଦର ଉଭୟ ଗୃହରେ ଉଠାଇବେ। ଜଣେ ଅଂଜନାଙ୍କ ପ୍ରସଙ୍ଗରେ ଦିନେ ରାଜ୍ୟରେ କଂଗ୍ରେସ ସରକାର ଗାଦିଚ୍ୟୁତ ହୋଇଥିଲା। ଏବେ ତ ଶହଶହ ଅଂଜନା ମାମଲା ହେଉଛି ବୋଲି ସେ ଦୁଃଖପ୍ରକାଶ କରିବା ସହ ସରକାରଙ୍କୁ ଚେତାଇଦେଇଥିଲେ। ଦିଲ୍ଲୀ ଫେରିଯାଇ କଂଗ୍ରେସ ଅଧ୍ୟକ୍ଷ, ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ରିପୋର୍ଟ ପ୍ରଦାନ ପରେ ସେଠାରେ ଏକ ଜାତୀୟ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ଭାବେ କହିବୁ ବୋଲି ସେ ପ୍ରକାଶ କରିଥିଲେ।

ରାଜ୍ୟସଭା ସଦସ୍ୟା ରଞ୍ଜିତ ରଂଜନ କହିଥିଲେ, ଯେ ଯାଏ ଦଣ୍ଡବିଧାନ ନ ହୋଇଛି, ବଳାତ୍କାରୀ ବାରମ୍ବାର ଦୁଷ୍କର୍ମ କରେ। ମଦ-ଡ୍ରଗ୍ସ-ମାଫିଆ ଓ ଶାସକ-ପ୍ରଶାସକଙ୍କ ଏକ ଅସାଧୁ ମେଣ୍ଟ ଯୋଗୁଁ ଆସାମୀମାନେ ଦୁଷ୍କର୍ମ ଏପରିକି ଗଣଦୁL‌କେର୍ମ ଓ ହତ୍ୟା ପରେ ବି ଅବାଧରେ ବିଚରଣ କରୁଛନ୍ତି। ପ୍ରଶାସନର ଯାହା ପାଖକୁ ଗଲେ ସେଇ ଗୋଟିଏ ମାନସିକତା:- ‘ବୟଫ୍ରେଣ୍ଡ-ଗାର୍ଲଫ୍ରେଣ୍ଡ କଥା’ କହି ଘଟଣାକୁ ହାଲୁକା ଭାବେ ନେଉଛନ୍ତି। କ’ଣ ସମାଜରେ ନିଜ ସାଥୀ ବାଛିବାର ମଧ୍ୟ ସ୍ବାଧୀନତା ନାହିଁ? ଭାରତର ରାଷ୍ଟ୍ରପତି ଓଡ଼ିଶାର ଜଣେ ଆଦିବାସୀ ମହିଳା ହୋଇଥିବାରୁ ତାଙ୍କୁ ସାକ୍ଷାତ ପାଇଁ ସମୟ ମାଗିବୁ।

ପୂର୍ବତନ ଜାତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଶୋଭା ଓଜା କହିଥିଲେ, ଏଠି ପ୍ରତି ୫ କିଲୋମିଟରରେ ଜଣେ ଶିଶୁ ନିର୍ଯାତନାର ଶିକାର ହେଉଥିବା ବେଳେ ପ୍ରତି ୧୦ କିଲୋମିଟରରେ ଜଣେ ଶିଶୁ ନିଖୋଜ।ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଭିନ୍ନ ପ୍ରଶାସନିକ ସ୍ତରରେ ସେଇ ସମାନ ଉଦାସୀନ ମାନସିକତା ଥିବା ଦେଖିଲୁ। ଲୋକେ ଉତ୍ତ୍ୟକ୍ତ ହୋଇ ରାଜରାସ୍ତାକୁ ନ ଓହ୍ଲାଇଲେ ଦୁଷ୍କର୍ମ ମାମଲାରେ ଏତଲା ସୁଦ୍ଧା ଗ୍ରହଣ କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ମଧ୍ୟ ଦୁଷ୍କର୍ମକାରୀ ନିର୍ଭୟରେ ବୁଲିବା ଦ୍ବାରା ଅପରାଧକୁ ପ୍ରୋତ୍ସାହନ ଦିଆଯାଉଥିବା ସ୍ପଷ୍ଟ। କଥା ଆମେରିକା ଜାଣିଲାଣି, ଅଥଚ ମୁଖ୍ୟମନ୍ତ୍ରୀଙ୍କ କାନରେ ପଡ଼ୁନି!

ଓଡ଼ିଶା ପରି ଏକ ସଂସ୍କୃତିସମ୍ପନ୍ନ ରାଜ୍ୟରେ ଏବେ ‘ଭ୍ରଷ୍ଟାଚାର’ ଓ ‘ବଳାତ୍କାର’ ଛଡ଼ା ଆଉ ଶବ୍ଦ ନ ଶୁଭୁଥିବା ପରି ଅନୁଭବ ହେବା ଦୁର୍ଭାଗ୍ୟଜନକ ବୋଲି ସୋଲାପୁରର ଲୋକସଭା ସାଂସଦ ପ୍ରଣିତୀ ସିନ୍ଦେ କହିଥିଲେ। ସଂପୃକ୍ତ ସ୍ଥାନଗୁଡ଼ିକର ପ୍ରଶାସନ ପ୍ରବଳ ଚାପରେ ଅଛନ୍ତି। ଯେଉଁ ମୁଖ୍ୟମନ୍ତ୍ରୀ ଆମକୁ ସମୟ ଦେଉନାହାନ୍ତି ସେ ସାଧାରଣ ଲୋକଙ୍କୁ କ’ଣ ଶୁଣିବେ ବୋଲି ସୁଶ୍ରୀ ସିନ୍ଦେ ପ୍ରଶ୍ନ କରିଥିଲେ।

ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ମୁଖ୍ୟମନ୍ତ୍ରୀ ନା ନାରୀଙ୍କୁ ସୁରକ୍ଷା ଦେଉଛନ୍ତି, ନା ଆଲୋଚନା କରିବାକୁ ଚାହୁଁଛନ୍ତି। ରାଜ୍ୟରେ ନାରୀ ହିଂସା ବଢୁଛି। ତଥ୍ୟ ଅନୁଧ୍ୟାନ କମିଟି ଯାଇ ସମସ୍ତଙ୍କୁ ଭେଟିଲା। ଦୁଃଖ ଶୁଣିଲା। ରାଜ୍ୟରେ ନାରୀମାନେ ଡରି ଡରି ବଞ୍ଚୁଛନ୍ତି। ବର୍ଷେ ହେଲାଣି, ମହିଳା କମିଶନ ଗଢ଼ା ହେଉନି। ମହିଳାଟେ ଦୁଃଖ କହିବ ତ, କେଉଁଠି କହିବ? ଏଠି ଲୋକେ ବହୁତ ଆଶା ରଖି ବିଜେପିକୁ ଭୋଟ ଦେଇଥିଲେ। ହେଲେ ଏ ସରକାର ତାଙ୍କୁ ନିରାଶ କରିଛି। ମୁଖ୍ୟମନ୍ତ୍ରୀ ସମୟ ଦେଲେନି, କଲ ରିସିଭ କଲେନି। ଚିଠି ଉତ୍ତର ସୁଦ୍ଧା ଦେଲେନି ବୋଲି ଭକ୍ତ କହିଛନ୍ତି। ତିନିଜଣ ସାଂସଦଙ୍କୁ ନେଇ ଗଠିତ ଏହି ଉଚ୍ଚସ୍ତରୀୟ ଦଳକୁ ଯଦି ସରକାର ସମୟ ଦେଲେନି, ଆଉ କାହାକୁ ଦେବେ ବୋଲି ସେ ପ୍ରଶ୍ନ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ରାଜନୀତି କରାଯିବନି। କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସ ଚୁପ ବସିବ ନାହିଁ। ଶେଷ ନିର୍ଯାସ ଯାଏ ଲଢ଼ିବ ବୋଲି ସେ କହିଥିଲେ।

ସାଂସଦ ରଞ୍ଜିତ ରଞ୍ଜନ କହିଥିଲେ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ଅସମର୍ଥ। ହେଲେ ପ୍ରଶାସନ ଚୁପ ହୋଇ ବସିଛି। ନିଷ୍କ୍ରିୟ ସରକାର ପାଇଁ ଆଜି ରାଜ୍ୟରେ ଏଭଳି ଉଦବେଗଜନକ ସ୍ଥିତି ସୃଷ୍ଟି ହୋଇଛି। ମହିଳା ଗଣ ଦୁଷ୍କର୍ମ ଓ ହତ୍ୟା ହେବା କଥାକୁ ସରକାର ଶୁଣିବାକୁ ନାରାଜ। ଓଡିଶା ସରକାର ଗଣଦୁଷ୍କର୍ମ କଥାକୁ ଗୋଟେ ନୂଆ କଥା କହୁଛନ୍ତି ଗ୍ରାଲଫେଣ୍ଡ ଓ ବୟଫେଣ୍ଡ କଥା। ବେଟି ବଚାନା ହେ ତୋ ବିଜେପି ସେ ବଚନା ହେ। ଏହି ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କ ନିକଟକୁ ଯିବୁ। ସେ ଓଡିଶାରୁ ଯାଇ ଥିବାରୁ ତାଙ୍କ ଦୃଷ୍ଟି ଆକର୍ଷଣ କରିବୁ। ୧ ବର୍ଷ ହେବ ମହିଳା କମିଶନ ଗଢ଼ା ହେଉନଥିବା କଥା କହିବୁ। ଜାତୀୟ ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବୁ ବୋଲି ସାଂସଦ ରଂଜିତ କହିଥିଲେ।
ଓଡ଼ିଶାର ମହିଳା ଗଣଦୁଷ୍କର୍ମ କଥା ରାଷ୍ଟ୍ରପତିଙ୍କ ପାଖକୁ ନେବୁ । ଦିଲ୍ଲୀରେ ଏ ପ୍ରସଂଗ ଉଠାଇବୁ। ଏଠାକାର ମୁଖ୍ୟମନ୍ତ୍ରୀ ମହିଳା ସରୁକ୍ଷା ପାଇଁ ସମୟ ନାହିଁ।
ସାଂସଦ ଏସ ଯୋଥିମଣୀ କହିଲେ କି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦୁଷ୍କର୍ମ କରି ମାରି ଦିଆଯାଇଛି। ଏଥିରୁ ରାଜ୍ୟରେ କଣ ସ୍ଥିତି ତାହା ଅନୁମାନ କରି ହେଉଛି।
ଶେଷରେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଧନ୍ୟବାଦ ଅର୍ପଣ କରିଥିଲେ।

Powered by Froala Editor

Tags Odisha Congress

Related articles Odisha News Lens 4.1

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ
    ଦେଶ-ଦେଶାନ୍ତର

    ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13366
    Sep 10, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?
    ବିଶେଷ

    ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    15653
    Sep 09, 2026
  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା
    ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    14845
    Sep 10, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର
    ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14209
    Sep 10, 2026
  • ମାଉଣ୍ଟ ମିଜହିରଗିରେ ହିମସ୍ଖଳନ, ୧୨ ପର୍ବତାରୋହୀ ମୃତ, ୬ ନିଖୋଜ
    ଦେଶ-ଦେଶାନ୍ତର

    ମାଉଣ୍ଟ ମିଜହିରଗିରେ ହିମସ୍ଖଳନ, ୧୨ ପର୍ବତାରୋହୀ ମୃତ, ୬ ନିଖୋଜ

    15625
    Sep 09, 2026
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15483
    Sep 10, 2026
  • ଆଉ କାହାକୁ ନୁହେଁ, କେବଳ ଭଗବାନଙ୍କୁ ଡରିବାକୁ ମାତାପିତା ମୋତେ ଶିଖାଇଛନ୍ତି: ...
    ଦେଶ-ଦେଶାନ୍ତର

    ଆଉ କାହାକୁ ନୁହେଁ, କେବଳ ଭଗବାନଙ୍କୁ ଡରିବାକୁ ମାତାପିତା ମୋତେ ଶିଖାଇଛନ୍ତି: ...

    14539
    Sep 09, 2026
  • ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଲେ ରାହୁଲ ...
    ଦେଶ-ଦେଶାନ୍ତର

    ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଲେ ରାହୁଲ ...

    14689
    Sep 09, 2026
  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍
    ଦେଶ-ଦେଶାନ୍ତର

    ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

    14717
    Sep 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    14845
    Sep 10, 2026
  • ଦେଶ-ଦେଶାନ୍ତର

    ମଧ୍ୟପ୍ରଦେଶ ସରକାରଙ୍କୁ ଦେଶର ସୁବୁଠୁ ଦୁର୍ନୀତିଗ୍ରସ୍ତ ସରକାର କହିଲେ ରାହୁଲ ଜାଣନ୍ତୁ କାହିଁକି?

    14689
    Sep 09, 2026
  • ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    13663
    Sep 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17087
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17753
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17753
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18159
    Sep 06, 2023

ବିଶେଷ

  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    15653
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14551
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13862
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14667
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14972
    Aug 30, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ଏହାର କୋଇଲା ଖନନ କାର୍ଯ୍ୟରେ ଡିଜିଟାଲାଇଜେସନ୍, ଏଆଇ-ଆଧରିତ ଖଣି ନିରୀକ୍ଷଣ ଏବଂ ଜ୍ଞାନକେୌଶଳ ପରିଚାଳିତ ପରିଚାଳନା ଦକ୍ଷତା ପ୍ରଦର୍ଶନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେ ...

  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    13709
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14601
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15030
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14989
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15483
    Sep 10, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    13663
    Sep 09, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14209
    Sep 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In