ବିବାହ ପୂର୍ବରୁ ନିଜ ସାଥି ବିଷୟରେ ଜାଣି ରଖନ୍ତୁ ଏହି ୫ଟି କଥା

- ଚାଣକ୍ୟ କହିଛନ୍ତି, ଜୀବନସାଥିଙ୍କ ମଧ୍ୟରେ ଧୈର୍ଯ୍ୟ ଗୁଣ ରହିବା ଜରୁରୀ ଅଟେ । ଏହି ଗୁଣ ଉଭୟଙ୍କ ଠାରେ ଥିଲେ ଜୀବନ ଅଧିକ ଖୁସି ଓ ସରସ ସୁନ୍ଦର ହୋଇଥାଏ ।
- ଚାଣକ୍ୟଙ୍କ ନୀତି ଅନୁସାରେ, କେବଳ ସାଥିକୁ ନୁହେଁ, ବରଂ ତାଙ୍କ ପରିବାର, ଗୁଣ ଓ ଚରିତ୍ର ଆଧାରରେ ଜୀବନ ସାଥି ଚୟନ କରିବା ଉଚିତ୍ । ଝିଅଘର ଲୋକ ମଧ୍ୟ ପୁଅର ଗୁଣ, ଚରିତ୍ର ଏବଂ ପରିବାର ଦେଖିବା ପରେ ବିବାହ କରିବା ଉଚିତ୍ ।
- ସର୍ବଦା ସମାନ ସ୍ତର ଏବଂ ଗୁଣ ଥିବା ଝିଅକୁ ବିବାହ କରିବା ଉଚିତ୍ ବୋଲି ଚାଣକ୍ୟ କହିଛନ୍ତି ।
- ଜୀବନସାଥି ବାଛିବାରେ ଧାର୍ମିକ ଭାବନା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ ଏହା ଜାଣିବା ଉଚିତ୍ ଯେ ଜୀବନସାଥିଙ୍କ ଧର୍ମ ଉପରେ କେତେ ବିଶ୍ୱାସ ରହିଛି । କାରଣ ଚାଣକ୍ୟଙ୍କ ଅନୁଯାୟୀ ପରିବାରକୁ ସଠିକ୍ ଦିଗ ଦେବା ପାଇଁ ମନୁଷ୍ୟର ଧର୍ମ ଓ କର୍ମ ଉପରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ ।
- ଚାଣକ୍ୟ କୁହନ୍ତି ରାଗ ମଣିଷକୁ ଶେଷ କରିଦିଏ । ଏଣୁ ରାଗି ମଣିଷଙ୍କ ସହ ଜୀବନ ବିତାଇବା କଷ୍ଟକର । ଏଣୁ ବିବାହ ପୂର୍ବରୁ ବ୍ୟକ୍ତିଙ୍କୁ ଜୀବନ ସାଥି କେତେ ରାଗି ସେ ବିଷୟରେ ଜାଣିନେବା ଉଚିତ୍ । କାରଣ ରାଗ ପରିବାର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ ।
Powered by Froala Editor