ଆଶା କର୍ମୀଙ୍କୁ ଅସଦାଚରଣ

ନୟାଗଡ: ଗାଁ ଦାଣ୍ଡରେ ଆଶା କର୍ମୀଙ୍କୁ ଅସଦାଚରଣ। ନୟାଗଡ ଜିଲ୍ଲା ଫତେଗଡ ଥାନା ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଁରେ ଝାଡାବାନ୍ତି ବ୍ୟାପୁଥିବାବେଳେ ଆଶାକର୍ମୀ ଟୁନି ମହାପାତ୍ର ଆଜି ସକାଳେ ଗାଁ ଲୋକଙ୍କୁ ଔଷଧ ଦେଇ ଫେରୁଥିଲେ। ଏତିକିବେଳେ ଗାଁର କିଛି ଅସାମାଜିକ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଗାଳିଗୁଲଜ କରିଥିଲେ। କିନ୍ତୁ ଟୁନି ଏହାକୁ ବାରଣ କରିବାରୁ ସେମାନେ ଗାଁ ଦାଣ୍ଡରେ ତାଙ୍କୁ ଅସଦାଚରଣ କରିଥିଲେ। ସେପଟେ ଏହି ସମୟରେ ଗାଁର ମାୟାଧର ପ୍ରଧାନ ନାମକ ଜଣେ ବ୍ୟକ୍ତି ଆଶା କର୍ମୀ ଙ୍କୁ ବଞ୍ଚାଇବାକୁ ଉଦ୍ୟମ କରୁବାରୁ ତାଙ୍କୁ ମଧ୍ୟ ଦୁର୍ବୁତ୍ତ ମାନେ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ମାୟାଧର ଏବଂ ଟୁନିଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor