ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍ ଅଫ୍ ସର୍ଦ୍ଦାର ୨’

ପୁଣି ଦମଦାର ରୋଲରେ ନଜର ଆସିଛନ୍ତି ଅଜୟ ଦେବଗନ । ବହୁତ ଦିନର ଅପେକ୍ଷା ପରେ ରିଲିଜ ହେବାକୁ ଯାଉଛି ଚଳଚ୍ଚିତ୍ର ‘ସନ୍ ଅଫ୍ ସର୍ଦ୍ଦାର ୨’ । ଜୁଲାଇ ୨୫ରେ ପରଦାକୁ ଆସିବ ‘ସନ୍ ଅଫ୍ ସର୍ଦ୍ଦାର ୨’। ଫିଲ୍ମରେ ଅଜୟ ଦେବଗନ, ମୃଣାଳ ଠାକୁର ଓ ସଞ୍ଜୟ ଦତ୍ତ ଗୁରୁତ୍ଵପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଅଜୟ ଦେବଗନଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦେଶନା ଭାର ବହନ କରିଛନ୍ତି ବିଜୟ କୁମାର ଅରୋରା।
ଏହାପୂର୍ବରୁ ଗୁରୁବାର ପୋଷ୍ଟର ରିଲିଜ୍ ହୋଇଛି। ପୋଷ୍ଟରରେ ଅଜୟ ଦେବଗନ ପଗଡ଼ି ବାନ୍ଧି ସର୍ଦ୍ଦାର ଅବତାରରେ ନଜର ଆସିଛନ୍ତି। ସେ ଦୁଇଟି ତୋପ ଉପରେ ଠିଆ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଏହା ୨୦୧୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସନ୍ ଅଫ୍ ସର୍ଦ୍ଦାର’ର ସିକ୍ୱେଲ୍।
Powered by Froala Editor