ଯାଜପୁର ଡାଇରିଆ ନେଇ ଜନସ୍ଵାସ୍ଥ୍ୟ ନିର୍ଦେଶକଙ୍କ ସୂଚନା, କହିଲେ ଏହା

ଯାଜପୁର: ଯାଜପୁର ଡାଇରିଆ ନେଇ ଜନସ୍ଵାସ୍ଥ୍ୟ ନିର୍ଦେଶକଙ୍କ ସୂଚନା। ବର୍ତ୍ତମାନ ସୁଦ୍ଧା ୨୪୫ ରୋଗୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ରାଜ୍ୟସ୍ତରୀୟ , କେନ୍ଦ୍ରୀୟ , ଡବ୍ଲୁଏଚଓ ଏବଂ ଆଇଏମଆର୍ ଟିମ୍ ଘଟଣାସ୍ଥଳକୁ ଗସ୍ତ କରିଛନ୍ତି। ୩ ମୃତକଙ୍କ ଚୂଡାନ୍ତ ରିପୋର୍ଟ ଜନସ୍ଵାସ୍ଥ୍ୟ ବିଭାଗ ପାଖକୁ ଆସିନି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ କହିହେବ। ସବୁ ରୋଗୀଙ୍କ ପାଖରେ ସମାନ ଝାଡାବାନ୍ତି ଲକ୍ଷଣ ଦେଖାଦେଉଛି। ମୁଖ୍ୟତଃ ଡିହାଇଡ୍ରେସନ୍ ପାଇଁ ମୃତ୍ୟୁ ହେଉଥିବା ସୂଚନା ଦେଇଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦେଶକ। ହସ୍ପିଟାଲ ଗୁଡିକରେ ୧୦୦ ଲେଖାଏଁ ବେଡ୍ ସହ ୨୦୦ ବେଡ୍ ବଢାଯାଇଛି। ଖାଦ୍ୟ ନିରାପତ୍ତା ବିଭାଗ ରାସ୍ତାକଡରେ ବିକ୍ରି ହେଉଥିବା ଖାଦ୍ୟ ସବୁକୁ ଯାଞ୍ଚ କରୁଛି। ଘରକୁ ଘର ବୁଲି ଆକ୍ରାନ୍ତଙ୍କୁ ଚିହ୍ନଟ କରି ଚିକିତ୍ସା ପାଇଁ ନିର୍ଦେଶ ଦିଆଯାଇଛି।
Powered by Froala Editor