ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ, ୨ ଗିରଫ

ବାଲେଶ୍ବର: ବାଲେଶ୍ବର ଜିଲା ଭୋଗରାଇ ଚନ୍ଦନେଶ୍ଵର ମାର୍କେଟରୁ ଲକ୍ଷାଧିକ ଟଙ୍କାର ହେରୋଇନ୍ ଜବତ ହୋଇଛି। ଭୋଗରାଇ ଅବକାରୀ ଥାନା ଓ ବାଲେଶ୍ବର ମୋବାଇଲ ଅବକାରୀ ଥାନା ପକ୍ଷରୁ ଚନ୍ଦନେଶ୍ଵର ମାର୍କେଟରେ ମିଳିତ ଚଢ଼ାଉବେଳେ ଏହି ହେରୋଇନ୍ ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଏହି ମାମଲାରେ୨ ଜଣଙ୍କୁ ଗିରଫ କରାଯିବାସହ ତଦନ୍ତ ଜାରି ରହିଛି।
Powered by Froala Editor