୨ ହାତୀଦାନ୍ତ ଜବତ, ଶିକାରୀ ଗିରଫ

ବୌଦ୍ଧ: ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ କରିଛି ଏସଟିଏଫ। ଏହି ଘଟଣାରେ ଜଣେ ଶିକାରୀକୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଉଛି ୪୫ ବର୍ଷୀୟ ପ୍ରମୋଦ ପରିଡ଼ା।
ପ୍ରମୋଦ ୨ଟି ହାତୀ ଦାନ୍ତ ରଖିଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଏସଟିଏଫ ପକ୍ଷରୁ ବୌଦ୍ଧ ବନ ବିଭାଗ ଅଧିକାରୀଙ୍କ ସହାୟତାରେ ବୌଦ୍ଧ-ସୋନପୁର ଜାତୀୟ ରାଜପଥର ତେଲିବନ୍ଧ ଛକରେ ଚଢ଼ାଉ କରାଯାଇଥିଲା। ପ୍ରମୋଦଠାରୁ ୨ଟି ହାତୀ ଦାନ୍ତ ଜବତ ହୋଇଥିବା ନେଇ ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି।
Powered by Froala Editor