Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ...

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ...

  • ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ...

  • NEET-UG ପୁନଃପରୀକ୍ଷା ସମ୍ପର୍କରେ ବଡ଼ ...

  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ...

  • ଆମେରିକୀୟ ବାୟୁସେନା ବିମାନ ...

  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ...

  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ...

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ...

  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ...

Home ›› ››କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

2025-05-30 08:34:25
14591
Share:
Facebook
Twitter
E-Mail
WhatsApp
Telegram
କୃଷକଙ୍କୁ ସଶକ୍ତ କରୁଛି ହିଣ୍ଡାଲକୋର ‘ପ୍ରୋଜେକ୍ଟ ବସୁଧା’

ଭୁବନେଶ୍ୱର: ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଏକ କମ୍ପାନୀ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡ ନିକଟରେ ସମ୍ବଲପୁର ଜିଲ୍ଲାର ହୀରାକୁଦର ୧୬ଟି ଗ୍ରାମରେ ସେମାନଙ୍କ ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିବା ନିମନ୍ତେ ପ୍ରୋଜେକ୍ଟ ବସୁଧା ଆରମ୍ଭ କରିଛି । ଏହା ଏକ ପୂର୍ଣ୍ଣାଙ୍ଗ ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମ ଯେଉଁଥିରେ କୃଷକମାନଙ୍କ ନିମନ୍ତେ ଦୀର୍ଘସ୍ଥାୟୀ କୃଷି, ପଶୁସମ୍ପଦ ପାଳନକୁ ପ୍ରୋତ୍ସାହନ ଏବଂ ଆୟ ସୃଷ୍ଟି ଉପରେ ଦୃଷ୍ଟିନିବଦ୍ଧ କରାଯାଉଛି । ବିଏଆଇଏଫ ଇନଷ୍ଟିଚୁ୍ୟଟ  ଫର ସଷ୍ଟେନେବଲ ଲାଇଭଲିହୁଡ ଆଣ୍ଡ ଡେଭଲପମେଣ୍ଟ (ବିଆଇଏସଏଲଡି) ସହଭାଗୀତାରେ କାର୍ଯ୍ୟକାରୀ କରାଯାଉଥିବା ଏହି ପ୍ରକଳ୍ପ ସମୁଦାୟ ସମ୍ବଲପୁର ଜିଲ୍ଲାରେ କୃଷକମାନଙ୍କ ଜୀବନରେ ଉନ୍ନତି ଆଣିବା ଦିଗରେ ଉଲ୍ଲେଖନୀୟ ପ୍ରଭାବ ପକାଇଛି । 

ସମାବେଶୀ ଗୋଷ୍ଠୀ ଅଭିବୃଦ୍ଧି ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା ଉପରେ ଗୁୁରୁତ୍ୱ ଦେଇ ଶ୍ରୀ ଦେବାଶିଷ ମଲିକ, ୟୁନିଟ ହେଡ, ହିଣ୍ଡାଲକୋ ହୀରାକୁଦ କଂପ୍ଲେକ୍ସ କହିଥିଲେ, “ଆମେ କେବଳ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଗ୍ରାମାଞ୍ଚଳ ଭିତ୍ତିଭୂମି କ୍ଷେତ୍ରରେ କାର୍ଯ୍ୟ କରୁନାହୁଁ, ତାହାସହିତ ଆମେ କୃଷିର ବିକାଶ କ୍ଷେତ୍ରରେ ଗଭୀର ଭାବରେ ନିବେଶ କରିଛୁ । ଗୋଷ୍ଠୀର ଦୀର୍ଘସ୍ଥାୀ ଏବଂ ସାମଗ୍ରିକ ପ୍ରଗତି ସୁନିଶ୍ଚିତ କରିବା ଆମର ଲକ୍ଷ୍ୟ ହୋଇଛି ।

ଏହି ପ୍ରକଳ୍ପ ଏକ ପୂର୍ଣ୍ଣାଙ୍ଗ ବିକାଶ ଆଭିମୁଖ୍ୟ ମୂଳମନ୍ତ୍ରକୁ ନେଇ କାର୍ଯ୍ୟକାରୀ କରାଯାଉଥିବାବେଳେ ଏହା ଉନ୍ନତି କୃଷି କାର୍ଯ୍ୟାଭ୍ୟାସ, ଶସ୍ୟ ବିବିଧକରଣ ଏବଂ ବୈଜ୍ଞାନିକ ଉପାୟରେ ପଶୁସମ୍ପଦ ପରିଚାଳନାକୁ ପ୍ରୋତ୍ସାହିତ କରି କୃଷକମାନଙ୍କ ଉତ୍‌ଥାନ ନିମନ୍ତେ ପୂର୍ଣ୍ଣାଙ୍ଗ ବିକାଶ ଆଭିମୁଖ୍ୟ ରଖିଛି, ଏବଂ ସେହି ସମୟରେ ସରକାରୀ ଯୋଜନାରଗୁଡିକ ସୁଯୋଗ ଯେଭଳି ସମସ୍ତେ ନେଇପାରିବେ ଏବଂ ସେଥିରେ ଗୋଷ୍ଠୀ ଅଂଶଗ୍ରହଣକୁ ସୁଦୃଢ କରିବା ମଧ୍ୟ ସୁନିଶ୍ଚିତ କରୁଛି,” ବୋଲି ଶ୍ରୀ ମଲିକ କହିଥିଲେ ।

ଏହି ପ୍ରକଳ୍ପର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ମଧ୍ୟରେ ସମନ୍ୱିତ ପୋଷକ ପରିଚାଳନା (ଆଇଏନଏମ) ଏବଂ ସମନ୍ୱିତ କୀଟ ପୋକ ପରିଚାଳନା (ଆଇପିଏମ) ଜରିଆରେ ଆଧୁନିକ ଏବଂ ଦୀର୍ଘସ୍ଥାୟୀ କୃଷି କାର୍ଯ୍ୟକୁ ପ୍ରୋତ୍ସାହନ, କୃଷି ବିଜ୍ଞାନ କେନ୍ଦ୍ର (କେଭିକେ), ଓୟୁଏଟି (ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳ) ଚିପିଲିମା ଏବଂ ମତ୍ସ୍ୟ ବିଭାଗ ଆଦି ଜରିଆରେ ତାଲିମ ଓ କ୍ଷେତ୍ର ପ୍ରଦର୍ଶନ ଭିତ୍ତିକ ଗସ୍ତ, ୪୦୦ରୁ ଅଧିକ କୃଷକଙ୍କ ନିକଟରେ ସଫଳତାର ସହିତ ପହଞ୍ଚିଥିବାବେଳେ ଆଗାମୀ ତିନିବର୍ଷ ମଧ୍ୟରେ ୧ହଜାର ଲକ୍ଷ୍ୟ ହାସଲ କରିବା; ଭାରତୀୟ ଷ୍ଟେଟବ୍ୟାଙ୍କ ସହଯୋଗୀତାରେ ଶସ୍ୟବୀମା ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ, ଯେଉଁଥିରେ ୬୦ରୁ ଅଧିକ କୃଷକ ପଞ୍ଜିକୃତ ହୋଇସାରିଛନ୍ତି; ଆଦି ଅନ୍ତର୍ଭୁକ୍ତ ।

ଗୋସମ୍ପଦ କ୍ଷେତ୍ରରେ କୃତ୍ରିମ ପ୍ରଜନନ ଏବଂ ପ୍ରଜାତିରେ ଉନ୍ନତିକରଣ କାର୍ଯ୍ୟ ଆତ୍ମନିଯୁକ୍ତ ଯୁବବର୍ଗଙ୍କ ଦ୍ୱାରା ପରିଚାଳିତ ପଶୁସମ୍ପଦ ବିକାଶ କେନ୍ଦ୍ରଗୁଡିକ ଜରିଆରେ ସୁଗମ କରାଯାଉଛି, ଯେଉଁଥିରେ ୩୦୦ରୁ ଅଧିକ ପଶୁସମ୍ପଦ ଏବଂ ୬୦ ପରିବାରକୁ ଲକ୍ଷ୍ୟ ରଖାଯାଇଛି । ବୈଜ୍ଞାନିକ ଉପାୟରେ ଡାଏରୀ ପରିଚାଳନା ପ୍ରଦର୍ଶନ କରିବାକୁ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈଙ୍କୁ ନେଇ ଏକ ମଡେଲ ଡାଏରୀ ଫାର୍ମ ସ୍ଥାପନ କରାଯାଉଛି । ଅତିରିକ୍ତ ପ୍ରୟାସଗୁଡିକ ମଧ୍ୟରେ ଘର ପଛପଟ ବାଡିରେ ୫୦ ପରିବାରଙ୍କ ନିମନ୍ତେ କୁକୁଡା ପାଳନ, ଆୟ ସୃଷ୍ଟି ନିମନ୍ତେ ୧୫୦୦-ପକ୍ଷୀ ବ୍ୟବସାୟିକ କୁକୁଡା ପାଳନ ୟୁନିଟ ଏବଂ ଏକ ଆବର୍ତ୍ତୀ ମଡେଲ ଜରିଆରେ ୩୭ ପରିବାର ଉପକୃତ ହେଉଥିବା ଏକ ଛେଳି ପାଳନ ବିକାଶ କାର୍ଯ୍ୟକ୍ରମ ଆଦି ଅନ୍ତର୍ଭୁକ୍ତ । ଆଜୋଲା, ମିଠା ମକା ଆଦି ଉଚ୍ଚ ଅମଳକ୍ଷମ କିସମକୁ ଉପଯୋଗ କରି ଘାସ ଚାଷ ଏବଂ ହାଇବ୍ରିଡ ନାପିଏର ଆଦି ଚାଷକୁ ୨୦ଜଣ କୃଷକ ଆପଣେଇ ସାରିଛନ୍ତି, ଯାହା ସେମାନଙ୍କର ଦୁଗ୍ଧ ଉତ୍ପାଦନ ଲାଭରେ ବୃଦ୍ଧି ଘଟାଇଛି । କୃଷି କ୍ଷେତ୍ର ବାହାରେ ଜୀବିକା ଉପାର୍ଜନ ବିକଳ୍ପଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରାଯାଉଛି, ଯେଉଁଥିରେ ଆଧୁନିକ ପଦ୍ଧତିରେ ଛତୁ ଚାଷ ଅନ୍ତର୍ଭୁକ୍ତ ଏବଂ ଏଥିରେ ୧୦୦ ପରିବାରକୁ ତାଲିମ ପ୍ରଦାନ କରାଯାଉଛି ଏବଂ ଏସଏଚଜି ଅଂଶଗ୍ରହଣ ଜରିଆରେ ଦୁଇଟି ବ୍ୟବସାୟିକ ୟୁନିଟ କାର୍ଯ୍ୟକ୍ଷମ ହୋଇସାରିଛି ।

ଲାରପଙ୍କ ଗ୍ରାମର କୃଷକ ଶ୍ରୀ ନିରଞ୍ଜନ ସାହୁ ଏହି ପ୍ରୟାସ କିଭଳି ତାଙ୍କର ଜୀବିକା ଉପାର୍ଜନରେ ରୂପାନ୍ତରଣ ଆଣିଛି ତାହା ପ୍ରକାଶ କରି କହିଥିଲେ ଯେ, “ହିଣ୍ଡାଲକୋର ପ୍ରୟାସ ପରେ ଆମର ଆୟ ବୃଦ୍ଧିପାଇଛି । ସେମାନେ ଉତ୍ତମ ମାନର ବିହନ ଏବଂ ଉଦ୍ଭିଦ ଚାରା ଯୋଗାଇ ଦେଉଛନ୍ତି ଯେଉଁଗୁଡିକ ସୁନ୍ଦର ଭାବରେ ବଢୁଛି । ଫଳସ୍ୱରୂପ ଆମର ପନିପରିବା ଉତ୍ପାଦନ ବୃଦ୍ଧିପାଇଛି, ଏବଂ ଏହା ଫଳରେ ଉପାର୍ଜନ ମଧ୍ୟ ଅଧିକ ହେଉଛି,” ବୋଲି ସେ କହିଥିଲେ ।

ଏହାକୁ ସମର୍ଥନ କରି ଶ୍ରୀମତୀ ମୋସମୀ ସେରପେଟା, ସହକାରୀ ଉଦ୍ୟାନ କୃଷି ଅଧିକାରୀ, ସମ୍ବଲପୁର ଏହାର ପରିବେଶ ଏବଂ ଗ୍ରାମାଞ୍ଚଳ ଅର୍ଥନୀତି ଉପରେ ପଡୁଥିବା ବିସ୍ତାରିତ ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ । “ହିଣ୍ଡାଲକୋ ସମର୍ଥନରେ ଶସ୍ୟ ବିବିଧକରଣକୁ ପ୍ରୋତ୍ସାହିତ କରାଯାଉଛି ଯାହା ମୃତ୍ତିକାର ଉର୍ବରତାକୁ ସଂରକ୍ଷିତ ରଖୁଛି । ଅର୍ଥକାରୀ ଫସଲ ଉତ୍ପାଦନ ନିମନ୍ତେ ପ୍ରୋତ୍ସାହନ ମଧ୍ୟ କୃଷକମାନଙ୍କୁ ତତ୍‌କ୍ଷଣାତ ଓ ଅତିରିକ୍ତ ଆୟ ଆଣିଦେଉଛି,” ବୋଲି ସେ ଉଲ୍ଲେଖ କରିଥିଲେ ।

Powered by Froala Editor

Tags Hindalco

Related articles Odisha News Lens 4.1

  • ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି
    ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ
    ବାଣିଜ୍ୟ

    ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13437
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା
    ଦେଶ-ଦେଶାନ୍ତର

    କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • 'କୁମକୁମ ଭାଗ୍ୟ'ର ଅଭିନେତ୍ରୀ  ସଞ୍ଚିତାଙ୍କ ପରଲୋକ
    ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....
    ବିଶେଷ

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା
    ଦେଶ-ଦେଶାନ୍ତର

    ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15093
    Jun 16, 2026
  •  ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ
    ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15355
    Jun 16, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍
    ଦେଶ-ଦେଶାନ୍ତର

    NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14827
    Jun 16, 2026
  • 'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' :  ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ
    ମନୋରଞ୍ଜନ

    'ହଣ୍ଟେଡ୍ 3D: ଇକୋଜ୍ ଅଫ୍ ଦି ପାଷ୍ଟ' : ପ୍ରଥମ ଦିନରେ ୨.୫୦ କୋଟି ସଂଗ୍ରହ

    14570
    Jun 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତୀୟ ଏଲ୍‌ଏନ୍‌ଜି ଜାହାଜ ‘ଦିଶା’ ସୁରକ୍ଷିତ ଭାବେ ଅତିକ୍ରମ କଲା ହର୍ମୁଜ ପ୍ରଣାଳୀ

    15355
    Jun 16, 2026
  • ଦେଶ-ଦେଶାନ୍ତର

    ଆମେରିକୀୟ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, କେହି ବଞ୍ଚି ନାହାଁନ୍ତି

    14457
    Jun 16, 2026
  • ମନୋରଞ୍ଜନ

    'କୁମକୁମ ଭାଗ୍ୟ'ର ଅଭିନେତ୍ରୀ ସଞ୍ଚିତାଙ୍କ ପରଲୋକ

    14751
    Jun 16, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16930
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17547
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17596
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17990
    Sep 06, 2023

ବିଶେଷ

  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14617
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14321
    Jun 15, 2026
  • ନିୟମିତ ପଢାପଢି କରୁଥିବା ବ୍ୟକ୍ତିଙ୍କ ପାଖରେ ବଢ଼ିଥାଏ କାର୍ଯ୍ୟଦକ୍ଷତା

    15043
    Jun 13, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13645
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15528
    Jun 09, 2026

ବାଣିଜ୍ୟ

ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଅଳଙ୍କାର ବ୍ରାଣ୍ଡ୍ ତଥା ନଅ ଦଶନ୍ଧିର ବିଶ୍ୱାସର ସଂସ୍କୃତି ସହିତ ଜଡ଼ିତ ଖିମଜୀ ଜୁଏଲର୍ସ ପକ୍ଷରୁ ତିନି-ଦିନିଆ ରଜ ମଉଜ ପାଳନ କରାଯାଇଛି । ଏଥି ସହିତ ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14856
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15470
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15219
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15700
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ମନା

    15093
    Jun 16, 2026
  • କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଚାପୁଡ଼ା

    14184
    Jun 15, 2026
  • NEET ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ ବ୍ୟାନ୍

    14827
    Jun 16, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In