ମୃତ୍ୟୁ ଖବର ମିଛ, ଭିଡିଓ ଜାରି କରି ଏମିତି କହିଲେ ଅସୀମା
ଲୋକପ୍ରିୟ ଗାୟିକା ଅସୀମା ପଣ୍ଡା ମୃତ ବୋଲି ଆଜି ବହୁ ସାମାଜିକ ଗଣମାଧ୍ୟମରେ ଖବର ଭାଇରାଲ ହୋଇଥିଲା । ଯାହାକୁ ମିଛ ବୋଲି କହିଛନ୍ତି ଖୋଦ୍ ଅସୀମା । ଏକ ଭିଡିଓ ଜାରି କରି ଏଭଳି ମିଛ ଖବର ପ୍ରଚାର ନକରିବାକୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି, ମୋର ଦୁର୍ଘଟଣା ଘଟିନାହିଁ । ମୁଁ ଘରେ ଅଛି ଓ ସମ୍ପୂଣ୍ଣ ସୁସ୍ଥ ଅଛି । ହେଲେ ସାମାଜିକ ଗଣମାଧ୍ୟମ ଓ କିଛି ନକଲି ୱେବସାଇଟ୍ ମୋର ଦୁର୍ଘଟଣା ଖବର ଭାଇରାଲ କରୁଛନ୍ତି । ଯାହାକି ମୋତେ ଆଘାତ ଦେଇଛି । ସେ ଆହୁରି କହିଛନ୍ତି ଦୁର୍ଘଟଣା ମୋ ଭାଇଙ୍କ ସହ ଘଟିଛି । ସେ କାର୍ରେ ଯାଉଥିବାବେଳେ ଏକ ଟ୍ରକ୍ ଧକ୍କା ଦେବାରୁ ସେ ଆହତ ହୋଇଛନ୍ତି । କିନ୍ତୁ ସାମାଜିକ ଗଣମାଧ୍ୟମରେ ଏହାକୁ ଅତିରଞ୍ଜିତ କରି ମୃତ୍ୟୁ ଖବର ବୋଲି ପ୍ରଚାରିତ କରାଯାଉଛି । ଯାହାକି ଦୁର୍ଭାଗ୍ୟଜନକ । ନିଜ ଫେସବୁକ୍ ଆକାଉଣ୍ଟରେ ସେ ଏହି ଭିଡିଓଟି ପୋଷ୍ଟ କରିଛନ୍ତି ।
କିଛି ଗଣମାଧ୍ୟମରେ ଫେକ୍ ଖବରକୁ ନେଇ ଅସୀମା ପ୍ରତିକ୍ରିୟାଶୀଳ ହୋଇ କହିଛନ୍ତି ଯେ, ଦୁର୍ଘଟଣା କାହାକୁ ଜଣେଇ ହୁଏ ନାହିଁ। ଦୁର୍ଘଟଣା ସବୁବେଳେ ଦୁର୍ଘଟଣା। ଓଡ଼ିଶାର କେତେ ଦୁର୍ଘଟଣା ଘଟୁଛି। ଏମିତି କୌଣସି ଅପପ୍ରଚାର ମୁଁ ଦେଖୁ ନାହିଁ। ତେବେ ମୋତେ ନେଇ କାହିଁକି ଅପପ୍ରଚାର କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଅସୀମା ପଣ୍ଡା ମରିଗଲେ, ସେ ବେପରୁଆ ଗାଡ଼ି ଚଳାଉଛନ୍ତି ଏମିତି ସବୁ ପ୍ରକାଶ ପାଇବା ବା ପ୍ରଚାର କରାଯିବା ଅତି ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। କୌଣସି ବଡ଼ ଗଣାମଧ୍ୟମରେ ଏମିତି ଖବର ପ୍ରକାଶ ପାଉନାହିଁ। କିଛି ଛୋଟଛୋଟ ସଂସ୍ଥା ଏବଂ କିଛି ୟୁ-ଟ୍ୟୁବ୍ ଚ୍ୟାନେଲ ଏଭଳି ବିଭ୍ରାନ୍ତିକର ଖବର ପ୍ରକାଶ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଖବର ମତେ ଅତିଷ୍ଟ କରିସାରିଲାଣି। ଏଭଳି ଏକ ଦୁଃଖଦ ସମୟରରେ ଅସୀମା ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।
Powered by Froala Editor