ଡିନୋ ମାରିଆଙ୍କୁ ସମନ ଜାରି କଲା ଇଓଡବ୍ଲ୍ୟୁ

ବଲିଉଡ ଅଭିନେତା ଡିନୋ ମାରିଆଙ୍କୁ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସମନ ଜାରି କରିଛି। ୬୫ କୋଟି ଟଙ୍କାର ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।
ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର କାର୍ଯ୍ୟ ପାଇଁ ଡ୍ରେଜିଂ ମେସିନ ଏବଂ ଅନ୍ୟାନ୍ୟ ଉପକରଣ ଭଡ଼ା ଆଣିବାରେ ୬୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡ଼ିଛି। ବ୍ରିହନ ମୁମ୍ବଇ ମହାନଗର ନିଗମ(ବିଏମସି) ଦ୍ଵାରା ଏହି ପ୍ରକଳ୍ପ କାର୍ଯ୍ୟ କରାଯାଉଥିଲା।
ଡିନୋ ମାରିଆ ଏବଂ ତାଙ୍କ ଭାଇ ସାଣ୍ଟିନୋ ମାରିଆ ଏବଂ କେତନ କଦମ ମେସିନ ଭଡ଼ା ଆଣିବା ଲାଗି ବିଏମସିଠାରୁ ମାତ୍ରାଧିକ ଅର୍ଥ ନେଇଥିବା ଅଭିଯୋଗ ହୋଇଛି। ଏଥିରେ ବିଏମସିର କିଛି କର୍ମଚାରୀ ଏବଂ ଅଧିକାରୀ ସାମିଲ ଥିବା ମଧ୍ୟ କୁହାଯାଉଛି। ଡିନୋ ମାରିଆଙ୍କ ସହିତ ଅନ୍ୟ ୨ ଜଣଙ୍କ ଫୋନ୍ କଲ୍ର ବାର୍ତ୍ତାଳପ ଭାଇରାଲ ହୋଇଛି । ଯାହାକୁ ଆଧାର କରି ତାଙ୍କୁ ସମନ ଜାରି କରାଯାଇଛି ।
Powered by Froala Editor