ଜ୍ୟୋତିର୍ବିଜ୍ଞାନୀ ଜୟନ୍ତ ନାର୍ଲିକର ଆଉ ନାହାନ୍ତି, କସମୋଲୋଜିରେ ରହିଛି ବଡ଼ ଅବଦାନ

ଜଣାଶୁଣା ସାଇନ୍ସ କମ୍ୟୁନିକେଟର ତଥା ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ଆଷ୍ଟ୍ରୋଫିଜିସିଷ୍ଟ ଜୟନ୍ତ ବିଷ୍ଣୁ ନାର୍ଲିକରଙ୍କ ପରଲୋକ ଘଟିଛି । ମଙ୍ଗଳବାର ୭୮ ବର୍ଷ ବୟସରେ ଦେହତ୍ୟାଗ କରିଛନ୍ତି ଜୟନ୍ତ ନାର୍ଲିକର। କସମୋଲୋଜି କ୍ଷେତ୍ରରେ ଭାରତ ବର୍ଷରେ ଜୟନ୍ତଙ୍କ ବଡ଼ ଅବଦାନ ରହିଛି । ବିଜ୍ଞାନ ଏବଂ ଦେଶର ବଡ଼ ବଡ଼ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ସ୍ଥାପନ କ୍ଷେତ୍ରରେ ଜୟନ୍ତଙ୍କ ଭୂମିକା ଅତୁଳନୀୟ ।
୧୯୩୮ ମସିହା ଜୁଲାଇ ୧୯ରେ ଜୟନ୍ତଙ୍କ ଜନ୍ମ । ବନାରସ ହିନ୍ଦୁ ୟୁନିଭର୍ସିଟିରୁ ସେ ତାଙ୍କ ପଢ଼ା ସାରିଥିଲେ । ଜୟନ୍ତଙ୍କ ବାପା ବିଷ୍ଣୁ ବାସୁଦେବ ଜଣେ ପ୍ରଫେସର । ଗଣିତ ବିଭାଗର ମୁଖ୍ୟ ଭାବେ ମଧ୍ୟ ସେ କାମ କରିଛନ୍ତି । ଜୟନ୍ତ ନିଜର ହାୟର ଏଜୁକେଶନ କେମ୍ବ୍ରିଜରେ କରିଥିଲେ । ନିଜ କାର୍ଯ୍ୟ ପାଇଁ ମାତ୍ର ୨୬ ବର୍ଷ ବୟସରେ ଜୟନ୍ତଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା ।
ସେ ତାଙ୍କର ସୃଷ୍ଟି ‘ହୋଏଲେ-ନାର୍ଲିକର ଥିଓରି ଅଫ୍ ଗ୍ରାଭିଟି’ ପାଇଁ ବେଶ୍ ଜଣାଶୁଣା। ଯାହାକୁ ସେ ୧୯୬୪ ମସିହାରେ ଇଂରାଜୀ ଜ୍ୟୋତିର୍ବିଜ୍ଞାନୀ ଏବଂ ପ୍ରଫେସର ଫ୍ରେଡ୍ ହୋଏଲେଙ୍କ ସହ ମିଶି ବିକଶିତ କରିଥିଲେ। ଏହି ଥିଓରି ଜରିଆରେ ୧୯୧୫ ମସିହାରେ ପ୍ରକାଶିତ ଆଲବର୍ଟ ଆଇନଷ୍ଟାଇନଙ୍କ ‘ଜେନେରାଲ୍ ଥିଓରି ଅଫ୍ ରିଲେଟିଭିଟି’କୁ ଭଲକରି ମାଜିବାକୁ ଚେଷ୍ଟା କରାଯାଇଥିଲା।
ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ଏହି ବିଶିଷ୍ଟ ଭାରତୀୟ ବୈଜ୍ଞାନିକ ନିଜ ଆତ୍ମଜୀବନୀ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ସେ ପଦ୍ମ ଭୂଷଣ ପୁରସ୍କାର ମଧ୍ୟ ପାଇଛନ୍ତି। ନିଜ ଆତ୍ମଜୀବନୀ ପାଇଁ ସେ ମଧ୍ୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିବା ଏହି ବୈଜ୍ଞାନିକ ୧୯୯୬ ମସିହା ପାଇଁ ୟୁନେସ୍କୋ କଳିଙ୍ଗ ପୁରସ୍କାର ମଧ୍ୟ ପାଇଥିଲେ।
ମଙ୍ଗଳବାର ଦିନ ସକାଳେ ଶୋଇଥିବାବେଳେ ହିଁ ଜୟନ୍ତଙ୍କ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ କହିଛନ୍ତି । ନିକଟରେ ସ୍ଥାନୀୟ ମେଡିକାଲରେ ତାଙ୍କର ଏକ ବଡ଼ ସର୍ଜରୀ କରାଯାଇଥିଲା । ଯାହାପରେ ସେ ସୁସ୍ଥ ଥିବା ପରିବାର ଲୋକେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଜୟନ୍ତ ତାଙ୍କ ତିନି ଝିଅଙ୍କ ପାଖରେ ରହୁଥିଲେ ।
Powered by Froala Editor