‘ଫାଇଟର’ରେ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର କରିବେ ହ୍ରିତିକ-ଦୀପିକା

‘ଫାଇଟର’ ଫିଲ୍ମରେ ପ୍ରଥମ ଥର ପାଇଁ ନଜର ଆସିବେ ବଲିଉଡର ଦୁଇ ବଡ କଳାକାର । ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ଏହି ଫିଲ୍ମ କରିବେ ବୋଲି ସାଇନ କରିଛନ୍ତି । ହ୍ରିତିକଙ୍କ ବାର୍ଥଡେ ଅବସରରେ 'ଫାଇଟର' ଫିଲ୍ମ ବିଷୟରେ ଘୋଷଣା କରାଯାଇଥିଲା। ଫିଲ୍ମକୁ ସିଦ୍ଧାର୍ଥ ଆନନ୍ଦ ଡାଇରେକ୍ଟ କରିବେ। ହ୍ରିତିକ ଓ ସିଦ୍ଧାର୍ଥଙ୍କ ଯୋଡ଼ି ପୂର୍ବରୁ 'ବାଙ୍ଗ ବାଙ୍ଗ' ଓ 'ୱାର' ଭଳି ସୁପରହିଟ ଫିଲ୍ମ ଦେଇ ସାରିଛନ୍ତି। ଏବେ ଉଭୟଙ୍କ ଯୋଡ଼ି ପୁଣି ଥରେ 'ଫାଇଟର'ରେ କମାଲ ଦେଖାଇବ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି।
ସୋଶାଲ ମିଡିଆରେ ହ୍ରିତିକ ଏକ ଫଟୋ ପୋଷ୍ଟ କରିଥିବା ବେଳେ ସେଥିରେ ତାଙ୍କ ସହ ଦୀପିକା ଓ ଅନ୍ୟ ଟିମ୍ ମେମ୍ବର୍ସ ନଜର ଆସିଛନ୍ତି। ଏହି ଫଟୋରେ ହ୍ରିତିକ ବ୍ଲାକ୍ ଟିସର୍ଟ ଓ କ୍ୟାପ୍ ପିନ୍ଧିଥିବା ବେଳେ ଲାଲ ରଙ୍ଗର ଆଉଟଫିଟ୍ରେ ଦୀପିକା ନଜର ଆସିଛନ୍ତି । ଏହି ଫଟୋ କ୍ୟାପସନ୍ରେ 'ଏହି ଗ୍ୟାଙ୍ଗ ଟେକଅପ୍ ପାଇଁ ରେଡି' ବୋଲି ଲେଖିବା ସହ ହାସ୍ଟ୍ୟାଗ୍ 'ଫାଇଟର' ବୋଲି ଲେଖିଛନ୍ତି ହ୍ରିତିକ । ହ୍ରିତିକଙ୍କ ଏହି ଫଟୋକୁ ଫ୍ୟାନ୍ସ ଖୁବ୍ ପସନ୍ଦ କରିଥିବା ବେଳେ ଏ ଯାଏ ୯ ଲକ୍ଷରୁ ଅଧିକ ଲାଇକ୍ ମିଳି ସାରିଲାଣି।
Powered by Froala Editor