ହତ୍ୟା ଧମକ ମିଳୁଛି, ବନ୍ଧୁକ ରଖିବାକୁ ଲାଇସେନ୍ସ ମାଗିଲେ ଅରମାନ

ୟୁଟ୍ୟୁବର ତଥା ବିଗବସ ଓଟିଟି୩ର ଫେମ ଅରମାନ ମଲିକ କିଛିଦିନ ହେବ ଅସୁବିଧାର ସାମ୍ନା କରୁଛନ୍ତି। ଅରମାନଙ୍କ ପାଖକୁ ଫୋନ ମାଧ୍ୟମରେ ବିଭିନ୍ନ ପ୍ରକାର ଧମକ ଆସୁଥିବା ୟୁଟ୍ୟୁବର ଅଭିଯୋଗ କରି କହିଛନ୍ତି। ଏମିତିରେ ୟୁଟ୍ୟୁବର ପୋଲିସଠାରୁ ବନ୍ଧୁକର ଲାଇସେନ୍ସ ଲାଗି ଦାବି କରିଛନ୍ତି।
ଅରମାନ ପୋଷ୍ଟରେ କହିଛନ୍ତି, ଗତ କିଛି ସମୟ ଧରି ମୋତେ ଲଗାତାର ଭାବେ ଧମକ ମିଳୁଛି। ମୋତେ ଏବଂ ମୋ ପରିବାରକୁ କ୍ଷତି ପହଞ୍ଚାଇବେ ବୋଲି କହୁଛନ୍ତି। ଏସବୁ ସତ୍ତ୍ୱେ ଆଇନ ବ୍ୟବସ୍ଥା ଉପରେ ମୋର ବିଶ୍ୱାସ ରହିଛି। ମୁଁ ଅଭିଯୋଗ କରିଛି, ଚିଠି ପଠାଇଛି, ସହାୟତା ମାଗିଛି। ହେଲେ ଏବେ ବି ବିପଦ ପୂର୍ବଭଳି ରହିଛି। ସୁରକ୍ଷା ଲାଗି ବନ୍ଧୁକ ରଖିବାର ଲାଇସେନ୍ସ ଦାବି କରିଥିଲି। ହେଲେ ମୋ’ ଉପରେ ମାମଲା ଚାଲିଥିବା କହି ରିଜେକ୍ଟ କରିଦିଆଯାଉଛି। ଏହା ମିଛ, କୋର୍ଟରେ କେସ୍ ଚାଲିଛି।
ପ୍ରଶାସନ କହୁଛି ମୋ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ରହିଛି। ଯାହାକି କୋର୍ଟରେ ବିଚାରଧୀନ ଅଛି। ତେଣୁ ବନ୍ଧୁକ ରଖିବା ପାଇଁ ଅନୁମତି ପ୍ରଦାନ କରାଯାଇ ପାରୁନାହିଁ।
ମୁଁ ସୋସିଆଲ ମିଡିଆରେ ସକ୍ରିୟ ଅଛି। ଭଲଭଲ ପାରିବାରିକ ଘଟଣାକୁ ମୁଁ ସୋସିଆଲ ମିଡିଆରେ ପୋଷ୍ଟ କରିବାକୁ ଚେଷ୍ଟା କରିଥାଏ। କିନ୍ତୁ ମୋତେ କହିବାକୁ ଖରାପ ଲାଗୁଛି କି କିଛିଦିନ ହେବ ମୋ ପାଖକୁ କ୍ରମାଗତ ଭାବେ ହତ୍ୟା ଧମକ ଆସୁଛି।’
Powered by Froala Editor