ଅବସର ପରେ ବୃନ୍ଦାବନରେ ପହଞ୍ଚିଲେ ବିରାଟ-ଅନୁଷ୍କା

ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର ଦିନକ ପରେ ବୃନ୍ଦାବନରେ ପହଞ୍ଚିଛନ୍ତି। ଏଠାରେ ସେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ ଏବଂ ୧୫ ମିନିଟ୍ ପାଇଁ ଏକାନ୍ତରେ କଥାବାର୍ତ୍ତା ମଧ୍ୟ କରିଥିଲେ। ଏହାର ଭିଡିଓ ଏବଂ ଫଟୋ ବର୍ତ୍ତମାନ ଭାଇରାଲ ହେଉଛି।
ଏଥିରେ ବିରାଟ କୋହଲିଙ୍କ ଡାହାଣ ହାତର ଆଙ୍ଗୁଠିରେ ଏକ କାଉଣ୍ଟର ମେସିନ ଦୃଶ୍ୟମାନ ହେଉଛି। ଆପଣ ଭାବୁଥିବେ କୋହଲିଙ୍କ ହାତରେ କାଉଣ୍ଟର ମେସିନ କ’ଣ କରୁଛି? ପ୍ରକୃତରେ ଏହି କାଉଣ୍ଟର ମେସିନ ସାଧାରଣତଃ ବୃନ୍ଦାବନର ସମସ୍ତ ଭକ୍ତ ସେମାନଙ୍କର ଗୁରୁ, ଈଶ୍ୱର କିମ୍ବା ସେମାନଙ୍କ ପ୍ରିୟ ଦେବତାଙ୍କ ନାମ ଜପ କରିବା ପାଇଁ ବ୍ୟବହାର କରନ୍ତି।
ସୂଚନା ଯୋଗ୍ୟ, କିଛି ଦିନ ପୂର୍ବରୁ କୋହଲି ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଥିଲେ ଏବଂ ସେଠାରୁ ଆଶୀର୍ବାଦ ନେବା ପରେ, କୋହଲି ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର ବ୍ୟାଟିଂ କରି ଭାରତକୁ ବିଜୟୀ କରାଇଥିଲେ। ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କୋହଲି ଶତକ ମାରିଥିଲେ। ଏବେ ପୁଣି ଥରେ କୋହଲି ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ପହଞ୍ଚିଛନ୍ତି। ଏଥର ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ। କୋହଲି ଏବଂ ତାଙ୍କ ସ୍ତ୍ରୀ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି।
Powered by Froala Editor