ପାକିସ୍ତାନର ସବୁ ଅସ୍ତ୍ର ନଷ୍ଟ କରିଛି ଭାରତ

ଭାରତର ଶକ୍ତି ଆଗରେ ପାକିସ୍ତାନର ସବୁ ଶକ୍ତି ଫେଲ୍ ମାରିଲା, ସବୁ ଅସ୍ତ୍ର ଫୁସକି ଗଲା ଆଉ ଆକାଶରେ ହିଁ ପାଉଁଶ ହୋଇଗଲା । ସେ ମିସାଇଲ୍ କୁହନ୍ତୁ କି ଗୁଳିମାଡ ଅବା ଡ୍ରୋନ ଆକ୍ରମଣ... ପାକିସ୍ତାନ ଲଗାତାର ୩ ଦିନ ହେବ ଭାରତକୁ ଘାଇଲା କରିବାକୁ ପ୍ରାଣ ମୂର୍ଚ୍ଛା ଉଦ୍ୟମ କରିଥିଲେ ବି ତାହା ସଫଳ ହୋଇନଥିଲା । ପର ପାଖରୁ ମାଗି ଆଣିଥିବା ଅସ୍ତ୍ରକୁ ବି ଭାରତୀୟ ସେନା ଆକାଶରେ ସ୍ବାହା କରିଥିଲେ । ଦୁଇ ତିନି ତଳେ ଏ ଦୃଶ୍ୟ ସାରା ଦୁନିଆ ଦେଖିଥିବା ବେଳେ ପ୍ରେସମିଟ୍ କରି ଏ ବାବଦରେ ବଖାଣିଛନ୍ତି ୩ ସେନା ।
ଅପରେସନ ‘ସିନ୍ଦୂର’କୁ ନେଇ ସୋମବାର ୨ୟ ପ୍ରେସ ବ୍ରିଫିଂରେ ଭାରତୀୟ ବାୟୁସେନା ଏୟାର ମାର୍ଶକ ଏ.କେ. ଭାରତୀ ଏହା କହିଛନ୍ତି। ଭାରତୀ କହିଛନ୍ତି ଯେ, ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଆମେ କେବଳ ଟାର୍ଗେଟ କରିଥିଲୁ। ରବିବାର ବିଳମ୍ବିତ ରାତିରେ ପାକ୍ ସେନା ସ୍ଵୀକାର କରିଥିଲା ଯେ, ତାଙ୍କର କେବଳ ଗୋଟିଏ ଯୁଦ୍ଧ ବିମାନର ଆଂଶିକ କ୍ଷତି ହୋଇଛି। ପାକିସ୍ତାନ ପକ୍ଷରୁ ଭାରତର ସାମରିକ ଘାଟି ଏବଂ ଜନସାଧାରଣଙ୍କୁ ଟାର୍ଗେଟ କରାଯାଇଥିଲା। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଟାର୍ଗେଟକୁ ଭାରତ ନିଷ୍ଫଳ କରିଦେଇଥିଲା। ପାକିସ୍ତାନ ଚୀନ କ୍ଷେପଣାସ୍ତ୍ର(ପିଏଲ-୧୫)କୁ ବ୍ୟବହାର କରିଥିଲା। ଯାହାକୁ ଆମ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ଵାରା ନଷ୍ଟ କରିଦିଆଯାଇଥିଲା। ସେହିପରି ଶତାଧିକ ତୁର୍କୀ ଡ୍ରୋନ ‘ଇହା’କୁ ମଧ୍ୟ ନଷ୍ଟ କରିଦିଆଯାଇଛି ବୋଲି ଭାରତୀ କହିଥିଲେ।
ସେହିପରି ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦିବା କଷ୍ଟକର ବ୍ୟାପାର । ଆମର ୪ ଥାକିଆ ସୁରକ୍ଷା କବଚ ଥିବାରୁ ଏହାକୁ ଭେଦିବା କଷ୍ଟ , ଯାହା ପାକିସ୍ତାନ ପାଖେ ନାହିଁ । ତେଣୁ ଆମର କ୍ଷୟକ୍ଷତି କମ୍, ପାକିସ୍ତାନର ଅଧିକ । ପ୍ରେସମିଟରେ ଭଗ୍ନାବଶେଷର ଚିତ୍ର ଦେଖାଇଛନ୍ତି ଡିଜିଏମ୍ଓ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ପାକିସ୍ତାନର ଚୀନ କ୍ଷେପଣାସ୍ତ୍ର ବି ଫେଲ୍ ମାରିଥିବା କହିଛନ୍ତି ଭାରତର ଡିଜିଏମଓ ।
Powered by Froala Editor