ବାୟୁସେନାର ସୂଚନା : ଏବେ ବି ‘ଅପରେସନ୍ ସିନ୍ଦୂର’ ଜାରି ରହିଛି
‘ଅପରେସନ୍ ସିନ୍ଦୂର’କୁ ନେଇ ବଡ଼ ଅପ୍ଡେଟ୍ ଦେଇଛି ଭାରତୀୟ ବାୟୁସେନା। ଏବେ ବି ଅପରେସନ ଜାରି ରହିଥିବା ସୂଚନା ଦେଇଛି । ସଠିକ୍ ଭାବେ ଓ ପେସାଦାର ଭାବେ ଅପରେସନ କରାଯାଇଛି । ଜାତୀୟ ଉଦ୍ଦେଶ୍ୟ ଅନୁସାରେ ଅପରେସନ ହୋଇଥିଲା । ବର୍ତ୍ତମାନ ବି ଅପରେସନ ଜାରି ରହିଥିବାରୁ ପରେ ବିସ୍ତୃତ ସୂଚନା ଦିଆଯିବ । ଯାଞ୍ଚ ହୋଇନଥିବା ସୂଚନା ସେୟାର ନ କରିବାକୁ ମଧ୍ୟ ବାୟୁସେନାର ଅନୁରୋଧ । ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ଲୋପ କରିବା ଏହି ଅପରେସନର ଲକ୍ଷ୍ୟ ବୋଲି ସେନା କରିଛି ।
ଏଥିସହ ବାୟୁସେନା ଆହୁରି କହିଛି ଯେ, ଦିଆଯାଇଥିବା ଟାସ୍କକୁ ବାୟୁସେନା ସଫଳତାର ସହ ସମ୍ପାଦିତ କରୁଛି। ସମନ୍ବିତ, ସୁଚିନ୍ତିତ ଭାବେ ଚାଲିଛି ଅପରେସନ୍। ଏଥିସହ ଜନସାଧାରଣଙ୍କୁ ସଚେତନ କରି ବାୟୁସେନା କହିଛି ଯେ, ଆନୁମାନିକ ଓ ମିଥ୍ୟା ଖବରଠାରୁ ଦୂରେଇ ରୁହନ୍ତୁ। ଆବଶ୍ୟକ ଖବର ସଠିକ୍ ସମୟରେ ଅବଗତ କରାଯିବ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଛି। ପାକିସ୍ତାନ ସହିତ ଅସ୍ତ୍ରବିରତି ଘୋଷଣା ହେବା ପରେ ଏହି ବୈଠକ ହୋଇଛି। ଏଥିରେ ଯୋଗ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ। ପରିବର୍ତ୍ତିତ ପରିସ୍ଥିତିର ସମୀକ୍ଷା ସହିତ ଆଗାମୀ ରଣନୀତି ନେଇ ଏହି ବୈଠକରେ ଆଲୋଚନା ହୋଇଥିବାର ସୂଚନା ମିଳିଛି।
Powered by Froala Editor