‘ପ୍ରିୟ ପାକିସ୍ତାନୀ…’ କହି ଫସିଲେ ଆହ୍ଲାବାଦିଆ

ୟୁଟ୍ୟୁବର ତଥା ପଡକାଷ୍ଟର ରଣବୀର ଆହ୍ଲାବାଦିଆ ପୁଣି ଥରେ ବିବାଦକୁ ଆସିଛନ୍ତି। ସୋସିଆଲ୍ ମିଡିଆ ଇନ୍ଫ୍ଲୁଏନ୍ସର୍ ରଣବୀର ଆଲ୍ଲାବାଦିଆ ସେୟାର କରିଥିବା ଏକ ପୋଷ୍ଟ ପୁଣି ବିବାଦରେ ରହିଛି। ଏହି ପୋଷ୍ଟରେ ରଣବୀର ପାକିସ୍ତାନୀଙ୍କୁ କ୍ଷମା ମାଗିଥିବା ନଜର ଆସିଛି।
ରଣବୀର ଲେଖିଥିଲେ, "ପ୍ରିୟ ପାକିସ୍ତାନୀ ଭାଇ ଏବଂ ଭଉଣୀମାନେ ମୁଁ ଭାରତୀୟଙ୍କଠାରୁ ଘୃଣା ପାଇବି, କିନ୍ତୁ ଏହା କହିବା ଗୁରୁତ୍ୱପୂର୍ଣ୍ଣ। ଅନେକ ଭାରତୀୟଙ୍କ ପରି ମୋ ହୃଦୟରେ ମଧ୍ୟ ତୁମ ପ୍ରତି ଘୃଣା ନାହିଁ। ଆମ ମଧ୍ୟରୁ ଅନେକ ଲୋକେ ଶାନ୍ତି ଚାହୁଁଛନ୍ତି।
ପାକିସ୍ତାନୀମାନେ ତାଙ୍କର ଭାଇ ଏବଂ ଭଉଣୀ। ପହଲଗାଓଁ ଆକ୍ରମଣ ପରେ ଭାରତୀୟମାନେ ଅନଲାଇନରେ ସେମାନଙ୍କ ପ୍ରତି ଯେଉଁ ମନ୍ତବ୍ୟ ଦେଉଛନ୍ତି ସେଥିପାଇଁ ସେ କ୍ଷମାପ୍ରାର୍ଥନା କରୁଛନ୍ତି। ରଣବୀରଙ୍କ ଏହି ପୋଷ୍ଟକୁ କଡ଼ା ସମାଲୋଚନା କରାଯିବା ପରେ ସେ ତାହାକୁ ହଟାଇ ଦେଇଛନ୍ତି।
କିନ୍ତୁ ଏହାର ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରଣବୀରଙ୍କ ପୋଷ୍ଟର ପ୍ରତିକ୍ରିୟା ଦେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଲେଖିଛନ୍ତି, 'ତୁମେ ଜେଲରେ ଥିଲ ଭଲ ଥିଲ।' ଆଉ ଜଣେ ଲେଖିଛନ୍ତି, 'ତୁମେ ପାକିସ୍ତାନରେ ରହିବା ଉଚିତ। କରିଥିବା ପୋଷ୍ଟକୁ କାହିଁକି ଡିଲିଟ କଲ।’
Powered by Froala Editor