ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି, ଅପରେଶନ ପାଇଁ ଭାରତୀୟ ସେନା ପ୍ରସ୍ତୁତ

ଭାରତ-ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ହୋଇଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଶନିବାର ଅସ୍ତ୍ରବିରତି ଘୋଷଣା କରାଯାଇଥିଲା, କିନ୍ତୁ ୩ ଘଣ୍ଟା ମଧ୍ୟରେ ପାକିସ୍ତାନ ଯୁଦ୍ଧବିରତି ଉଲଘଂନ କରି ଅନେକ ସ୍ଥାନରେ ପ୍ରବଳ ଗୁଳିବର୍ଷା କରିଛି। ବୈଦେଶିକ ମନ୍ତ୍ରଣାଳୟର ଏକ ପ୍ରେସ ବ୍ରିଫିଂରେ କହିଛି ଯେ ଭାରତୀୟ ସେନା ଯୁଦ୍ଧବିରତି ପାଳନ କରିବ, କିନ୍ତୁ ଯେକୌଣସି ଅପରେଶନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ।
ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି ଯେ ଗତ କିଛି ଘଣ୍ଟା ମଧ୍ୟରେ ଭାରତ ଏବଂ ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକଙ୍କ ମଧ୍ୟରେ ହୋଇଥିବା ପାରସ୍ପରିକ ବୁଝାମଣା ବାରମ୍ବାର ଉଲ୍ଲଂଘନ ହୋଇଛି। ସେ କହିଛନ୍ତି, ଏନେଇ ସେନାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଛି। ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ। ପାକିସ୍ତାନ ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ଦରକାର। ଆମର ସଶସ୍ତ୍ର ବାହିନୀ ଏହି ଉଲ୍ଲଂଘନର ଉପଯୁକ୍ତ ଏବଂ ପ୍ରଭାବଶାଳୀ ଜବାବ ଦେଉଛନ୍ତି ଏବଂ ଭାରତ ସରକାର ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହିତ ନେଉଛନ୍ତି।
ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ଉଭୟରେ ପୁନରାବୃତ୍ତି ହେଲେ କଠୋର ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ବୋଳି ସେ ପ୍ରକାଶ କରିଛନ୍ତି।
Powered by Froala Editor