ପାକିସ୍ତାନର ଯୁଦ୍ଧ ବିମାନ ଓ ୮ ମିସାଇଲ ଖସାଇଲା ଏସ୍-୪୦୦

ଗୁରୁବାର ରାତିରେ ଭାରତ ଉପରେ ପାକିସ୍ତାନର ଆକ୍ରମଣ ଜାରି ରହିଛି। ଗୋଟିଏ ଏଫ-୧୬ ଏବଂ ୨ଟି ଜେଏଫ-୧୭ ଯୁଦ୍ଧ ବିମାନ ସାହାଯ୍ୟରେ ପାକିସ୍ତାନ ପଟୁ ଭାରତ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ହେଲେ ଭାରତ ଏସ-୪୦୦ ପ୍ରତିରକ୍ଷା ବ୍ୟବସ୍ଥା ସାହାଯ୍ୟରେ ୩ ଯୁଦ୍ଧ ବିମାନକୁ ଖସାଇ ଦିଆଯାଇଥିବା ସେନା ପକ୍ଷରୁ କୁହାଯାଇଛି।
ଗୁରୁବାର ଜମ୍ମୁ, ରାଜସ୍ଥାନ ଏବଂ ପଞ୍ଜାବର ଏକାଧିକ ଅଞ୍ଚଳରେ ଡ୍ରୋନ ଏବଂ ମିସାଇଲ ଆକ୍ରମଣ ହୋଇଥିଲା। ଜମ୍ମୁ ସିଭିଲ ଏୟାରପୋର୍ଟ ନିକଟରେ ଏକ ଡ୍ରୋନ ଆଘାତ କରିଥିବା ବେଳେ, ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଅନେକ ପ୍ରକ୍ଷେପଣାସ୍ତ୍ରକୁ ନଷ୍ଟ କରାଯାଇଛି।ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିବା ପରେ ପାକିସ୍ତାନ ବାୟୁସେନାର ଏକ F-16 ସୁପରସୋନିକ ଯୁଦ୍ଧବିମାନକୁ ଗୁଳି କରି ଖସାଯାଇଛି।
ପଠାନକୋଟ ଏବଂ ଜୈସାଲମେରର ଏକାଧିକ ଅଞ୍ଚଳରେ ଡ୍ରୋନଗୁଡ଼ିକୁ ଅଟକାଯାଇଛି ଏବଂ ବିସ୍ଫୋରଣର ଖବର ମଧ୍ୟ ମିଳିଛି। ଜମ୍ମୁ ସିଭିଲ ଏୟାରପୋର୍ଟରେ ଏକ ଡ୍ରୋନ ଟାର୍ଗେଟ କରିଥିବା ବେଳେ, ଭାରତର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଦ୍ୱାରା ଅତି କମରେ ଆଠଟି ମିସାଇଲ ଅଟକାଯାଇଛି; ଜମ୍ମୁ ବିଶ୍ୱବିଦ୍ୟାଳୟ ନିକଟରେ ଦୁଇଟି ଡ୍ରୋନକୁ ମଧ୍ୟ ଗୁଳି କରି ଖସାଯାଇଛି।
Powered by Froala Editor