ଗୁଇନ୍ଦା ସଂସ୍ଥାଙ୍କ ସଙ୍କେତ, ଭାରତ ଉପରେ ଆହୁରି ଆକ୍ରମଣ ହୋଇପାରେ

ନୂଆଦିଲ୍ଲୀ: ଭାରତ ଉପରେ ହୋଇପାରେ ଆହୁରି ଆକ୍ରମଣ। ଏନେଇ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦେଇଛନ୍ତି ସଙ୍କେତ। ବୁଧବାର ଏହା କହିଛନ୍ତି ବୈଦେଶିକ ସଚିବ ବିକ୍ରମ ମିସ୍ରି। ‘ଅପରେସନ ସିନ୍ଦୂର’ ପରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ସମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ପହଲଗାଓଁ ଆକ୍ରମଣକୁ ୨୬/୧୧ ଆକ୍ରମଣ ପରେ ସବୁଠୁ ବର୍ବର ଆକ୍ରମଣ ବୋଲି କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଭାରତ ଉପରେ ଆହୁରି ଆକ୍ରମଣ ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଏହି ଆକ୍ରମଣ ସ୍ପଷ୍ଟ ଭାବେ ଜମ୍ମୁ-କାଶ୍ମୀରର ସ୍ୱାଭାବିକ ସ୍ଥିତିକୁ ବ୍ୟାହତ କରିବା ପାଇଁ କରାଯାଇଥିଲା। ଗତ ବର୍ଷ ୨.୨୫ କୋଟିରୁ ଅଧିକ ପର୍ଯ୍ୟଟକ କାଶ୍ମୀର ଆସିଥିଲେ। ଜମ୍ମୁ-କାଶ୍ମୀରକୁ ପଛୁଆ କରି ରଖିବା ଆକ୍ରମଣର ମୂଳ ଉେଦ୍ଦେଶ୍ୟ ଥିଲା। ସାମ୍ପ୍ରଦାୟିକ ଦଙ୍ଗାକୁ ଉସୁକାଇବା ପାଇଁ ମଧ୍ୟ ଏହି ଆକ୍ରମଣ କରାଯାଇଥିଲା। ମିସ୍ରି କହିଛନ୍ତି, ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ନଜର ରଖୁଥିବା ଆମର ଗୁଇନ୍ଦା ସଂସ୍ଥାଗୁଡ଼ିକ ପୂର୍ବରୁ ସୂଚିତ କରିଛନ୍ତି ଯେ, ଭାରତ ଉପରେ ଆହୁରି ଆକ୍ରମଣ ହୋଇପାରେ। ତେଣୁ ଏହାକୁ ରୋକିବା ଏବଂ ମୁକାବିଲା କରିବା ଆବଶ୍ୟକ ଥିଲା।
Powered by Froala Editor