ବସ୍-ହାଇୱା ମୁହାଁମୁହିଁ ଧକ୍କା, ୨ ଗୁରୁତର
କରଞ୍ଜିଆ: ବସ୍-ହାଇୱା ମୁହାଁମୁହିଁ ଧକ୍କା ଫଳରେ ୨ଜଣ ଗୁରୁତର ଓ ୧୦ଜଣ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ଘଟିଛି ମହୁଲଡିଆ ଘୋଡାଗାଡି ନିକଟରେ । ଠାକୁରମୁଣ୍ଡାରୁ ସାତକୋଶିଆ ଅଭିମୁଖେ ଲକ୍ଷ୍ମୀ ବସ୍ ଯାଉଥିବାବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ତେବେ ବସ୍ ଓ ହାଇୱା ଡ୍ରାଇଭର ଚାପି ହୋଇଥିବା ସୂଚନା ମିଳିଛି ।
Powered by Froala Editor