ପୁଣି କମିଲା ସୁନା ଦର, ଜାଣନ୍ତୁ କେତେ ?
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧର ଘନାଘଟା ମଧ୍ୟରେ ଆଜି ପୁଣି ଖସିଛି ସୁନା ଦର। ଲଗାତାର ତଳମୁହାଁ ହୋଇଛି ସୁନାଦର। ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୨ ହଜାର ୯୪୦ ଟଙ୍କା ଖସିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା କମିଛି ୨୭୦୦ ଟଙ୍କା। ଏବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ଦର ରହିଛି ୧ ଲକ୍ଷ ୨୮ ହଜାର ୬୫୦ ଟଙ୍କା। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୧ଲକ୍ଷ ୪୦ ହଜାର ୩୫୦ ଟଙ୍କା ରହିଛି।
ମୁମ୍ବାଇ ସୂଚକାଙ୍କ ସେନସେକ୍ସ ୧୫୦୦ ପଏଣ୍ଟ ବଢିଛି। ବଜାର ଖୋଲିବା ବେଳକୁ ୧୫୦୦ ପଏଣ୍ଟ ବୃଦ୍ଧି ସହ ସୂଚକାଙ୍କ ୭୪ ହଜାର ୨୧୨ରେ କାରବାର ଆରମ୍ଭ କରିଥିଲା। ଏହାଫଳରେ ପ୍ରାରମ୍ଭିକ କାରବାରରେ ନିବେଶକ ଙ୍କୁ ୫ ଲକ୍ଷ କୋଟି ଟଙ୍କା ଫାଇଦା ହୋଇଛି। ସେହିପରି ନିଫ୍ଟରେ ମଧ୍ୟ ୪୦୦ ପଏଣ୍ଟ ବୃଦ୍ଧି ଦେଖାଦେଇଛି। ୨୨ ହଜାର ୯ ପଏଣ୍ଟ ସହ କାରବାର ଆରମ୍ଭ କରିଛି ନିଫ୍ଟି।
Powered by Froala Editor