‘ଉଲ୍ଲୁ’ ଆପର ସୋ ‘ହାଉସ୍ ଆରେଷ୍ଟ’ ବନ୍ଦ

ମହାରାଷ୍ଟ୍ର ସାଇବର ସେଲ ‘ଉଲ୍ଲୁ’ ଆପର ବିବାଦୀୟ ସୋ ‘ହାଉସ ଆରେଷ୍ଟ’କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ଅଭିନେତା ଏଜାଜ୍ ଖାନ୍ଙ୍କ ରିଆଲିଟି ଶୋ’ ‘ହାଉସ୍ ଆରେଷ୍ଟ’ରେ ଯୌନ ଉଦ୍ଦୀପକ କଣ୍ଟେଣ୍ଟକୁ ନେଇ ବିବାଦ ଉଠିବା ପରେ ଓଭର ଦି ଟପ୍ (ଓଟିଟି) ଉଲ୍ଲୁ ଏହାକୁ ହଟାଇ ଦେଇଛି। ଆଡଲ୍ଟ କଣ୍ଟେଣ୍ଟ ପାଇଁ ପରିଚିତ ଉଲ୍ଲୁ ଆପ୍ରେ ଏବେ ‘ହାଉସ୍ ଆରେଷ୍ଟ’ ସର୍ଚ୍ଚ କଲେ ଏଥିରେ କୌଣସି ରେଜଲ୍ଟ ଆସୁନାହିଁ।
ଏ ନେଇ ମହାରାଷ୍ଟ୍ର ସାଇବର ସେଲ ମୁଖ୍ୟ ୟଶସ୍ୱୀ ଯାଦବ କହିଛନ୍ତି ଯେ ସୋ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏ ସମ୍ପର୍କିତ ଡାଟା ପ୍ରିଜର୍ଭ କରିବାକୁ କୁହାଯାଇଛି। ସେ କହିଛନ୍ତି ଯେ ଯଦି ଏହା ବିରୋଧରେ କୌଣସି ଅଭିଯୋଗ ହୁଏ ତେବେ ସୋ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ଏହି ସୋ କୁ ଏଜାଜ ଖାନ ହୋଷ୍ଟ କରୁଥିଲେ। ନିକଟରେ ସୋର ଏକ ଅଧ୍ୟାୟରେ କଣ୍ଟେଷ୍ଟାଣ୍ଟ ଯୁବତୀମାନଙ୍କ ପୋଷାକ ଖୋଲା ଯାଇଥିଲା ଓ ସେମାନଙ୍କୁ ଅଲଗା ଅଲଗା ପୋଜିସନ ଦେଖାଇବାକୁ କୁହାଯାଇଥିଲା। ଏହା ପରଠାରୁ ସୋର ସମାଲୋଚନା ଆରମ୍ଭ ହୋଇଥିଲା।
(ୟୁବିଟି)ର ରାଜ୍ୟ ସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ ଗୁରୁବାର ଏହାର ଏକ କ୍ଲିପ୍କୁ ଏକ୍ସ’ରେ ଶେୟାର କରିଥିଲେ। ଏଭଳି ‘ଅଶ୍ଳୀଳ କଣ୍ଟେଣ୍ଟ’ଗୁଡ଼ିକୁ କାହିଁକି ନିଷିଦ୍ଧ କରାଯାଉନାହିଁ ବୋଲି ପ୍ରିୟଙ୍କା ପ୍ରଶ୍ନ କରିଥିଲେ। ବିଗ୍ ବସ୍ର ପୂର୍ବତନ କଣ୍ଟେଷ୍ଟାଣ୍ଟ ତଥା ‘ରକ୍ତଚରିତ୍ର’ ଭଳି ଅଳ୍ପ କେତୋଟି ଫିଲ୍ମରେ ଅଭିନୟ କରିଥିବା ଏଜାଜ୍ଙ୍କୁ ମେ’ ୯ରେ ହାଜର ହେବାକୁ ଏନ୍ସିବିଙ୍କ ନିର୍ଦ୍ଦେଶ ରହିଛି। ଉଲ୍ଲେଖଯୋଗ୍ୟ ଯେ ଜାତୀୟ ମହିଳା ଆୟୋଗ ଉଲ୍ଲୁ ଆପକୁ ଅସଭ୍ୟ ଓ ଅଶ୍ଳୀଳ ସାମଗ୍ରୀ ଦେଖାଇବା ପାଇଁ ସମନ କରିଛନ୍ତି।
Powered by Froala Editor