ସରଜୁ ନଦୀକୁ ସ୍ନାନ ପାଇଁ ଯାଇ ଭାସିଗଲେ ଗୋଟିଏ ପରିବାରର ୧୨ ଜଣ

ଅଯୋଧ୍ୟା ସରଜୁ ନଦୀରେ ଶୁକ୍ରବାର ଅଭାବନୀୟ ଘଟଣା ଘଟିଛି । ନଦୀରେ ସ୍ନାନ କଲା ବେଳେ ଗୋଟିଏ ପରିବାରର ୧୨ ଜଣ ଭାସିଯାଇଛନ୍ତି । ୩ ଜଣ ପହଁରି ନିଜକୁ ରକ୍ଷା କରିଥିବାବେଳେ ଗୁରୁତର ଅଛନ୍ତି । ଅନ୍ୟମାନଙ୍କ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍ଧାର କାର୍ଯ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ପରିବାର ସରଜୁକୁ ନଦୀକୁ ସ୍ନାନ ପାଇଁ ଆସିଥିଲେ। ପରିବାର ୧୫ଜଣ ସଦସ୍ୟ ନଦୀର ଗୁପ୍ତାର ଘାଟକୁ ସ୍ନାନ ପାଇଁ ଯାଇଥିଲେ। ସେତେବେଳେ ନଦୀର ସ୍ରୋତ ଅଧିକ ଥିବାରୁ ୧୨ ଜଣ ଭାସି ଯାଇଥିଲେ। ଭାସି ଯାଉଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଅନ୍ୟମାନେ ଚେଷ୍ଟା କରୁଥିବା ବେଳେ ସେମାନେ ବି ଭାସି ଯାଇଥିଲେ। ଭାସି ଯାଉଥିବା ଲୋକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘାଟ ନିକଟକୁ ଆସି ପୁଲିସକୁ ଖବର ଦେଇଥିଲେ।
ପୋଲିସ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ । ୩ ଜଣ ପହଁରି ନିଜକୁ ରକ୍ଷା କରିଥିଲେ। ଉଦ୍ଧାର କରାଯାଇଥିବା ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସଏସପି ସର୍ବେଷ ପାଣ୍ଡେ ନିଜେ ଡଙ୍ଗାରେ ବସି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ଭାସି ଯାଇଥିବା ଲୋକଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ବର୍ତ୍ତମାନ ସେହି ସ୍ଥାନରେ ଡଙ୍ଗା ସହିତ ପ୍ରଶିକ୍ଷଣ ପାଇଥିବା ବୁଡାଳିଙ୍କୁ ନିୟୋଜିତ କରାଯାଇଛି।
Powered by Froala Editor