ମେ’ ୨ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା, ଏହି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର : ପ୍ରବଳ ଖରା ଓ ଗରମରୁ ଆଶ୍ୱସ୍ତି ଆଣିଛି କାଳବୈଶାଖୀ ବର୍ଷା। ଆସନ୍ତା ମେ’ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । କେତେକ ସ୍ଥାନରେ ବଜ୍ରପାତ ସହ କୁଆପଥର ବର୍ଷା ମଧ୍ୟ ହେବ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହାସହ ମଙ୍ଗଳବାର ୫ ଜିଲା ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ବିଜୁଳି, ଘଡଘଡି ସହ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଅନୁଗୁଳ ଓ ଢେଙ୍କାନାଳକୁ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା, ପବନ ସମୟରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଜାରି କରାଯାଇଛି।
ଗତକାଲି ରାଜ୍ୟର କେତେକ ସ୍ଥାନ ସହ ରାଜଧାନୀ ଭୁବନେଶ୍ୱରରେ ତାଣ୍ଡବ ରଚି ଥିଲା କାଳବୈଶାଖୀ ବର୍ଷା। ପ୍ରବଳ ପବନ, ବ୍ରଜପାତ ସାଙ୍ଗକୁ ଖୁବ୍ ଜୋର୍ରେ ବର୍ଷା ପବନ ହୋଇଥିଲା। ଫଳରେ ଅନେକ ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିଲା।
Powered by Froala Editor