ବାବ୍ରୀ ମସଜିଦ କୋଉଠି ଥିଲା? ଏଭଳି ପ୍ରଶ୍ନ ପଚାରି ଯୁବକ ଅଟକ

ଲକ୍ଷ୍ନୌ : ବାବ୍ରୀ ମସଜିଦ କୋଉଠି ଥିଲା ? ସୁରକ୍ଷାକର୍ମୀଙ୍କୁ ଏଭଳି ପ୍ରଶ୍ନ ପଚାରି ଜଣେ ଯୁବକ ଅକଳରେ ପଡ଼ିଯାଇଛନ୍ତି । ରାମମନ୍ଦିର ନିର୍ମାଣ ସ୍ଥଳୀରେ ଯୁବକ ଜଣଙ୍କ ଏହି ପ୍ରଶ୍ନ ପଚାରିବା ପରେ ତାଙ୍କୁ ପୁଲିସ ଅଟକ ରଖିଛି । ଏମିତିକି ଏବେ ଯୁବକକୁ ପୁଲିସ ଓ ଗୁଇନ୍ଦା ସଂସ୍ଥା ପଚରାଉଚରା କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଯୁବକକୁ ପଚରାଉଚରା କରିବା ପରେ ପୁଲିସ କହିଛିଯେ, ସେହି ଯୁବକ ନାଁ ବିଲାଲ । ସେ ମୁରାଦ୍ଧବାଦରେ ରହୁଥିଲା । ଦାୱତ-ଇ-ଇସଲାମୀ ସଂଗଠନର ସେ ସଭ୍ୟ । ଅଯୋଧ୍ୟାକୁ ବୁଲିବାକୁ ଆସିବା ବେଳେ ସେ ନିଜ ସଂଗଠନର କାର୍ଯ୍ୟକର୍ତାଙ୍କୁ ବାବ୍ରି ମସଜିଦ ସମ୍ପର୍କରେ ପଚାରିଥିଲା । ତେବେ ସେହି ସ୍ଥାନରେ ଏବେ ମନ୍ଦିର ତିଆରି ହେଉଛି ବୋଲି ସେ ଶୁଣିବାକୁ ପାଇଥିଲା । ତେଣୁ ସେ ରାମମନ୍ଦିର ନିର୍ମାଣ ସ୍ଥଳୀ ନିକଟକୁ ଆସି ସୁରକ୍ଷା କର୍ମୀଙ୍କୁ ବାବ୍ରି ମସଜିଦ କେଉଁଠି ଥିଲା ବୋଲି ପ୍ରଶ୍ନ କରିଥିଲା । ତା’ର କଥାବାର୍ତା ଓ ଗତିବିଧି ସନେ୍ଦହଜନକ ଥିବାରୁ ତାକୁ ଅଟକ ରଖାଯାଇଥିବା ନେଇ ପୁଲିସ ପକ୍ଷରୁ କୁହାଯାଇଛି ।
ଅନ୍ୟ ଏକ ସୂଚନା ଅନୁଯାୟୀ, ଯୁବକକୁ ବେଶ କିଛି ସମୟ ଜେରା କରାଯିବ । ଯଦି ସେ କହୁôଥବା କଥା ସତ୍ୟ ହୋଇଥାଏ ତେବେ ଛାଡ଼ି ଦିଆଯିବ । କିନ୍ତୁ କଥାରେ ତାଳମେଳ ନରହିଲେ ଅଧିକ ଅନୁସନ୍ଧାନ କରାଯିବ ବୋଲି ଖବର ପ୍ରକାଶ ପାଇଛି ।
Powered by Froala Editor