ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଅଦ୍ବୈତ, ଦୁର୍ଗାଚରଣ, ଅଶୋକ
ନୂଆଦିଲ୍ଲୀ: ୨୦୨୫ ବର୍ଷ ପ୍ରଥମ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ୪ ଜଣ ପଦ୍ମବିଭୂଷଣ, ୧୦ ଜଣ ପଦ୍ମଭୂଷଣ ଏବଂ ୫୭ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି l ସ୍ଥାନୀୟ ରାଷ୍ଟ୍ରପତି ଭବନ ଗଣତନ୍ତ୍ର ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାରୁ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ ବିଶିଷ୍ଟ ସ୍ନାୟୁଶଲ୍ୟ ଚିକିତ୍ସକ ପ୍ରଫେସର ଅଶୋକ କୁମାର ମହାପାତ୍ର ଏବଂ ଓଡିଶୀ ନୃତ୍ୟ ବିଶାରଦ ଗୁରୁ ଦୁର୍ଗାଚରଣ ରଣବୀରଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଆସନ୍ତା ସପ୍ତାହରେ ଦ୍ବିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ ସମାରୋହରେ ୨୦୨୫ ବର୍ଷ ପାଇଁ ଘୋଷିତ ଅନ୍ୟ ପ୍ରତିଭାଙ୍କୁ ସମ୍ମାନିତ କରାଯିବ l ୨୦୨୫ ବର୍ଷ ନିମନ୍ତେ ଓଡିଶାରୁ ପଦ୍ମଶ୍ରୀ ପୁରସ୍କାର ଲାଗି ୪ ଜଣଙ୍କ ନାମ ଘୋଷିତ ହୋଇଥିଲା।
Powered by Froala Editor