ସୁଟିଂ ସମୟରେ ଆଘାତ ଲାଗିଥିଲା, ୧୫ ଦିନ ଯାଏ ପରିସ୍ରା ପିଇଥିଲେ ପରେଶ

ପରେଶ ରାୱଲ ଜଣେ ଦକ୍ଷ ଅଭିନେତା । ଯାହାଙ୍କ ଅଭିନୟର ଯାଦୁ ସମସ୍ତେ ବେଶ ଅନୁଭବ କରିଛନ୍ତି । କିନ୍ତୁ ଜାଣନ୍ତି କି, ପରେଶ ବି ଦିନେ ନିଜ ପରିସ୍ରା ପିଇଥିଲେ। ଅଭିନେତା ନିଜେ ଏକ ଇଣ୍ଟଭ୍ୟୁରେ କହିଛନ୍ତି ଯେ, ପରେଶ ବାପାଙ୍କ କଥା ମାନି ସେ ୧୫ ଦିନ ପର୍ଯ୍ୟନ୍ତ ନିଜର ୟୁରିନ ବିୟର ଭଳି ପିଇଛନ୍ତି। ସେ ଏହାର କାରଣ ମଧ୍ୟ କହିଛନ୍ତି।
ପରେଶ ରାୱଲ ରାଜକୁମାର ସନ୍ତୋଷୀଙ୍କ ଫିଲ୍ମ ଘାତକର ସୁଟିଂ ସମୟରେ, ତାଙ୍କୁ ଆଘାତ ଲାଗିଥିଲା। ଏହାକୁ ଠିକ୍ କରିବା ଲାଗି ସେ ନିଜ ପରିସ୍ରାକୁ ପିଇଥିଲେ। ସେ କହିଛନ୍ତି, “ଯେତେବେଳେ ମୁଁ ହସ୍ପିଟାଲରେ ଥିଲି ବୀରୂ ଦେବଗନ ମୋତେ ଭେଟିବାକୁ ଆସିଥିଲେ ଏବଂ ମୋର କଣ ହୋଇଛି ବୋଲି ପଚାରିଥିଲେ। ମୁଁ ତାଙ୍କୁ ମୋ ଗୋଡ଼ରେ ଆଘାତ ହୋଇଥିବା କଥା କହିଥିଲି। ସେ ମୋତେ କହିଥିଲେ ଯେ, ଚିନ୍ତା କର ନାହିଁ, କେବଳ ସକାଳୁ ଉଠି ନିଜ ପରିସ୍ରା ପିଅ। ସେ ମୋତେ ମଦ, ମଟନ ବା ତମ୍ବାକୁ ଖାଇବାକୁ କହିଲେନି। ସେ ମୋତେ ନିୟମିତ ଭୋଜନ ଏବଂ ସକାଳୁ ମୂତ୍ର ପିଇବାକୁ କହିଥିଲେ।”
ଏହାପରେ ସେ ତାଙ୍କ କଥା ମାନି ସକାଳୁ ପରିସ୍ରା ପିଇଥିଲେ । ପରିସ୍ରା ଭାବିକି ପିଇଥିଲେ ଘୃଣା ଲାଗିଥାନ୍ତି କିନ୍ତୁ ସେ ବିୟର ଭାବି ତାହାକୁ ପିଇ ଚାଲିଥିଲେ । ତେଣୁ ସେ ଏହାକୁ ପ୍ରାୟ ୧୫ ଦିନ ପର୍ଯ୍ୟନ୍ତ ପିଇଥିଲେ । ସେ କହିଛନ୍ତି ଯେ, ଯେତେବେଳେ ମୋର ଏକ୍ସ-ରେ ରିପୋର୍ଟ ଆସିଲା, ଡାକ୍ତର ଦେଖି ଚମକି ପଡିଲେ। ଏହି ରିପୋର୍ଟ ଦେଖି ଡାକ୍ତର କହିଥିଲେ ଯେ, ଆଘାତକୁ ଠିକ ହେବା ପାଇଁ ସାଧାରଣତଃ ୨ ରୁ ୨.୫ ମାସ ଲାଗିଥାଏ, ହେଲେ ଏହା ଦେଢ ମାସରେ ଠିକ୍ ହୋଇଗଲା।”
Powered by Froala Editor