ଦୁଇ ଭାଇଙ୍କୁ ପିଟି ପିଟି ହତ୍ୟା କଲେ, ତାପରେ ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଭୁବନେଶ୍ବର: ଗଞ୍ଜାମ ଜିଲାରେ ଡବଲ ମର୍ଡର। ଦୁଇ ଭାଇଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ଦୁର୍ବୃତ୍ତ। ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ ଏବଂ ଅଜୟ ବାରିକ।
ମିଳିଥିବା ସୂଚନା ଅନୁସାରେ, ପୂର୍ବ ଶତ୍ରୁତାରୁ ଏହି ହତ୍ୟା କାଣ୍ଡ ଘଟିଛି। ସଞ୍ଜୟ ଏବଂ ଅଜୟଙ୍କୁ ପିଟି ପିଟି ହତ୍ୟା କରାଯିବା ପରେ ଶାଳବଣ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି। ଦୁଇ ଭାଇଙ୍କ ମୁହଁକୁ ପୋଡ଼ି ଦିଆଯାଇଛି।
Powered by Froala Editor